୬ ଦଫା ଦାବି ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଅହୋରାତ୍ର ଗଣଧାରଣ:CAT ପରୀକ୍ଷାରେ ଦୁର୍ନୀତିକାରୀକୁ ଗିରଫ କରିବାକୁ ଦାବି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡିଏସ୍‌ଇ ଦ୍ବାରା ପରିଚାଳିତ ଚୁକ୍ତିଭିତ୍ତକ ଶିକ୍ଷକ (ସିଏଟି) ପରୀକ୍ଷାରେ ବ୍ୟାପକ ଦୁର୍ନୀତି
ଓ ଅନିୟମିତତା ଏବଂ ୬ ଦଫା ଦାବି ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଆଶାୟୀ ସଂଘ ତରଫରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଅହୋରାତ୍ର ଗଣଧାରଣା ଦିଆଯାଇଛି । ତୁରନ୍ତ ସରକାର ଏଥିରେ ହସ୍ତକ୍ଷେପ କରି ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏବଂ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରେ ପ୍ରଘଟ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ତରଫରୁ ଦୃଢ଼ ଦାବି କରାଯାଇଛି ।
ସଂଘର ସଭାପତି ଚନ୍ଦନ କୁମାର କଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଅହୋରାତ୍ର ଗଣଧାରଣାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧୁକ ଆଶାୟୀ ଶିକ୍ଷକମାନେ ଯୋଗଦେଲ ତୁଟିପୂର୍ଣ୍ଣ ପରୀକ୍ଷା ଯୋଗୁ ବହୁ ମେଧାବୀ ଆଶାୟୀ ଶିକ୍ଷକ କୃତକାର୍ଯ୍ୟ ହେବାରୁ ବଞ୍ଚିତ ହୋଇଥିବା ପ୍ରକାଶ କରିଛନ୍ତି । ତେଣୁ ଏହାର ସତ୍ୟାସତ୍ୟ ସର୍ବସାଧାରଣରେ ପ୍ରକାଶ
କରିବା ସହିତ ସଂଘ ତରଫରୁ ନିମ୍ନ ଛଅଦଫା ଦାବି ଉପସ୍ଥାପନ କରାଯାଇଛି ।

ଦାବି ସମୂହ :
୧. ଡିଏସ୍‌ଇ ଦ୍ବାରା ପ୍ରକାଶିତ କଣ୍ଡାଚୁଆଲ୍ ହାଇସ୍କୁଲ ଟିଚର (ସିଏଟି) ପରୀକ୍ଷା ଫଳର ମାର୍କ ସାର୍ବଜନୀନ କରାଯାଉ ।
୨. ଅନିୟମିତତାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତି, ସଂସ୍ଥାକୁ ଯଥାଶୀଘ୍ର ଲୋକଲୋଚନକୁ ଅଣଯାଇ ସେମାନଙ୍କୁ ଦଣ୍ଡବିଧାନ
କରଯାଉ । ଯେଉଁ ପରୀକ୍ଷାର୍ଥୀମାନେ ଅନୈତିକ କାର୍ଯ୍ୟ ମାଧ୍ୟମରେ ଚୟନ ହୋଇଛନ୍ତି, ସେମାନଙ୍କୁ ସିବିଆଇ ଦ୍ବାରା
ତଦନ୍ତ କରାଯାଉ ।
୩. ଯେଉଁ ଶିକ୍ଷକମାନେ ଗତବର୍ଷ ସିଏଟି ନିଯୁକ୍ତି ପାଇ କାର୍ଯ୍ୟରେ ଥାଇ ପୁନଃ ଏସି ନଥାଇ ଆବେଦନ କରି
ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଛନ୍ତି, ସେମାନଙ୍କୁ ତୁରନ୍ତ ଧରାଯାଉ ଏବଂ କାର୍ଯ୍ୟରୁ ନିଲମ୍ବନ କରାଯାଉ ।
୪. ‘ ଯେଉଁ ଭିଡିଓ ଓ ଅଡ଼ିଓ ଭାଇରାଲ୍‌ ହେଉଛି ତାର ସତ୍ୟାସତ୍ୟ ତଦନ୍ତ କରାଯାଇ ଦୋଷୀ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

Leave A Reply

Your email address will not be published.