ଓଡିଶା ଟ୍ରେନ ଟ୍ରାଜେଡି , ଆଜି କଟକ ଆସିବେ ମମତା ବାନାର୍ଜୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର କାରଣ ଖୋଜିବା ପାଇଁ ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ସିବିଆଇ ଟିମ୍ । ୧୦ରୁ ୧୨ ଜଣ ଅଧିକାରୀ ଦୁର୍ଘଟଣାସ୍ଥଳରେ କରୁଛନ୍ତି ତଦନ୍ତ । ସିପିଆରଓ ବିଶ୍ୱଜିତ୍ ସାହୁ କହିଛନ୍ତି, ରେଳମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ସିବିଆଇର ସ୍ୱତନ୍ତ୍ର ଟିମ ଏହାର ତଦନ୍ତ କରୁଛି । ନିରପେକ୍ଷ ଭାବେ କିଭଳି ତଦନ୍ତ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସିବିଆଇ ସ୍ୱତନ୍ତ୍ର ଭାବେ ନିଜ ତଦନ୍ତ ଜାରି ରଖିଛି।

ଏହାରି ଭିତରେ ଆଜି କଟକ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗର ଯେଉଁ ଆହତ ଯାତ୍ରୀମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ମମତା ଭେଟିବେ। ଏହାସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବେ। ମମତା ବାନାର୍ଜୀଙ୍କ ସହିତ ଏକ ଟିମ୍ ବି ମଧ୍ୟ ଆସିବ। ସେହି ଟିମ୍ ଭୁବନେଶ୍ୱରକୁ ଯାଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଚିକିତ୍ସାର ଅନୁଧ୍ୟାନ କରିବ। ପଶ୍ଚିମବଙ୍ଗର ଯେଉଁ ଯାତ୍ରୀଙ୍କ ମୃତ୍ୟୁ ହୋଇଛି, ଗତକାଲି ହାୱାଡ଼ାରେ ସେମାନଙ୍କର ମୃତଦେହ ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ମମତା ବାନାର୍ଜୀ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ।

ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ। ବୋଲି ମମତା କହିଥିଲେ। ଏହା ସହିତ ମୃତକଙ୍କ ପରିବାରର ଜଣକୁ ହୋମଗାର୍ଡ ଭାବେ ଚାକିରି ଦେବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜୀ। ସେହିପରି ସମସ୍ତ ମୃତାହତଙ୍କ ପରିବାରକୁ ମାଗଣା ରାସନ ଦିଆଯିବ ବୋଲି ମମତା କହିଛନ୍ତି ।

Leave A Reply

Your email address will not be published.