ଓଡିଶା ଟ୍ରେନ ଟ୍ରାଜେଡି, ବାହାନଗା ଷ୍ଟେସନରେ ଅଟକିବନି କୌଣସି ଟ୍ରେନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ବାହାନଗା ରେଳ ଷ୍ଟେଶନରେ ଟ୍ରେନ ଚଳାଚଳ ସାମାନ୍ୟ ସ୍ୱାଭାବିକ ହେଉଥିବାବେଳେ ପୁଣି ଏହା ଉପରେ ଲାଗିଛି ବ୍ରେକ । ଏଣିକି ଏହି ଷ୍ଟେସନରେ ଅଟକିବନି କୌଣସି ଟ୍ରେନ । ପରବର୍ତ୍ତୀ ନୋଟିସ ମିଳିବା ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି ବୋଲି ଉପରୁ ନିର୍ଦ୍ଦେଶ ଆସିଛି । ଟ୍ରେନ ଦୁର୍ଘଟଣାକୁ ନେଇ ସିବିଆଇ ତଦନ୍ତ ଚାଲିଛି । ତଦନ୍ତ ନ ସରିବା ଥିବାରୁ କୌଣସି ଟ୍ରେନ୍ ସେଠାରେ ଅଟକିବନି ବୋଲି ସୂଚନା ଦେଇଛନ୍ତି ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ । ଏହି ସୂଚନା ଅନୁଯାୟୀ, ବାହାନଗା ଷ୍ଟେସନରେ ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍ ଅଟକିବନି ।

‘ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି’ ।ସୂଚନାଥାଉ କି, ଜୁନ ୨ ତାରିଖ ବାହାନଗା ଷ୍ଟେସନରେ ଭୟଙ୍କର ଦୁର୍ଘଟଣା ପରେ ଏହାର କାରଣ ଜାଣିବା ପାଇଁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଛି । ସିବିଆଇ ଏହାର ତଦନ୍ତ କରୁଛି । ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏହି ଷ୍ଟେଶନରେ କୌଣସି ଟ୍ରେନ ରହିବ ନାହିଁ ବୋଲି ଶନିବାର ରେଳ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ବାହାନଗା ଷ୍ଟେସନ ଦେଇ ଦୖେନିକ ୧୭୦ ଟ୍ରେନ ଚଳାଚଳ କରିଥାଏ ।

ଏଥିରୁ ଭଦ୍ରକ-ବାଲେଶ୍ୱର ମେମୁ, ହାଓଡା-ଭଦ୍ରକ-ବାଘାଜତିନ ଫାଷ୍ଟ ପାସେଞ୍ଜର, ଖଡଗପୁର-ଖୋର୍ଦ୍ଧା ରୋଡ ଫାଷ୍ଟ ପାସେଞ୍ଜରକୁ ମିଶାଇ ମୋଟ ୭ଟି ଟ୍ରେନ ଏହି ଷ୍ଟେସନରେ ଗୋଟିଏ ମିନିଟ ପାଇଁ ଅଟକି ଥାଏ।ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇ କହିଛନ୍ତି, ଏହି ଦୁର୍ଘଟଣାରେ ୧୨୦୮ ଜଣ ପାସେଞ୍ଜର ଆହତ ହୋଇଥିବାବେଳେ ୭୦୯ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି।

Leave A Reply

Your email address will not be published.