ଆମେରିକାରେ ଓଡ଼ିଶାର ରୂପାନ୍ତରଣ ପର୍ବ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଆମେରିକାରେ ଓଡ଼ିଶାର ରୂପାନ୍ତରଣ ପର୍ବ। ଆମେରିକାର କାର୍ଲିଫର୍ଣ୍ଣିଆରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ପର୍ବ ପାଳନ। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଫିକ୍କି ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ରୂପାନ୍ତରଣ ପର୍ବରେ ୯ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ। ଓଡ଼ିଶାରେ କିପରି ରୂପାନ୍ତରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି ସେନେଇ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରାଯାଇଥିଲା।

ପ୍ରବାସୀ ଓଡ଼ିଆମାନେ କିପରି ଏଥିରେ ନିଜର ଭାଗୀଦାରି ବୃଦ୍ଧି କରିପାରିବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। କାର୍ଲିଫର୍ଣ୍ଣିଆର କନ୍‌ସୁଲ ଜେନେରାଲ, ଇଲେକ୍ଟ୍ରୋନିକ୍‌ସ ଆଣ୍ଡ ଆଇଟି ମିନିଷ୍ଚରଙ୍କ ସମେତ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଓଡ଼ିଶା ସଂପର୍କରେ ଜାଣିବାକୁ ଯୁବ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା। ଓଡ଼ିଶାର ରୂପାନ୍ତରଣରେ ସେମାନେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.