ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଆଜି ଓଡ଼ିଶା ଟ୍ରାଭେଲ ବଜାର ୨୦ମ୨୨ର ପ୍ରଦର୍ଶନୀକୁ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, “କୋଭିଡ଼ ମହାମାରୀର ଏତେ ଦିନ ବ୍ୟବଧାନ ପରେ ଓଡ଼ିଶା ଟ୍ରାଭେଲ ବଜାର ଅନୁଷ୍ଟିତ ହେଉଥିବାରୁ ଆମ୍ଭେମାନେ ବହୁତ ଆନନ୍ଦିତ, ଯାହାକି ଘରୋଇ ଏବଂ ବିଦେଶ ଟ୍ୟୁରିଜିମ୍ ଷ୍ଟେକହୋଲ୍ଡର ମାନଙ୍କ ମଧ୍ୟରେ ଭାବ ବିନିମୟ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇଦେବ ।
ଓଡ଼ିଶାରେ ଏମିତି କିଛି ସ୍ଥାନ ଅଛି, ଯାହାକି ସ୍ୱର୍ଗିୟ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ । ଦେଶ ଭିତରର ଓ ବିଦେଶର ଟୁର ଅପରେଟରମାନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନରେ ଯିବେ । ଯେବେକି ବହୁଳ ଭିତିମୂମିର ବିକାଶ ହୋଇଛି, ତେଣୁ ଆମେ ଆଶା କରୁଛୁଯେ, ଆଗାମୀ ଦିନ ମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେବ, ଯାହାକି ଏହି କ୍ଷେତ୍ରରୁ ରାଜକୋଶ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିବ ।”