ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି । ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷା ଯୋଗାଇବା ପାଇଁ ପ୍ରତିଷ୍ଠା ହେବ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ । ରାଜ୍ୟ କ୍ୟାବିନେଟରେ ଏନେଇ ପ୍ରସ୍ତାବ ଉପରେ ମୋହର ବାଜିଛି । ଏଥିପାଇଁ ୩୩୦.୧୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ହେବା ଦ୍ୱାରା ସରକାରୀ ଡାକ୍ତର ଏବଂ ପାରାମେଡିକଙ୍କ ନିଯୁକ୍ତି ସୁନିଶ୍ଚିତ ହୋଇପାରିବ ।

ସେହିଭଳି ସଠିକ ପାଠ୍ୟକ୍ରମ, ଶିକ୍ଷାଦାନ ପ୍ରଣାଳୀର ବିକାଶ ସହ ଶିକ୍ଷକଙ୍କ ଦକ୍ଷତାର ବୃଦ୍ଧିରେ ବେସ ସହାୟକ ହେବ । ଆମ ରାଜ୍ୟରେ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷାର ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ ।

Leave A Reply

Your email address will not be published.