ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଭେଇକିଲ୍ ପଲିସି-୨୦୨୫ ପାଇଁ ଆସିଲା ଚିଠା ପ୍ରସ୍ତାବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ।୨୦୨୧ ଇଭି ପଲିସି ଅନୁସାରେ ୪ ବର୍ଷରେ ୨୦% ଇଭି ଲକ୍ଷ୍ୟ ଧାର୍ଯ୍ୟ ଥିଲା।ସରକାରୀ ପ୍ରୋତ୍ସାହନ ସତ୍ତ୍ବେ ମାତ୍ର ୯% ଇଭି ଗାଡ଼ି ରାସ୍ତାରେ ଗଡ଼ିଛି। ଲକ୍ଷ୍ୟ ହାସଲ ପାଇଁ ସରକାର ଓଡ଼ିଶା ଭେଇକିଲ୍ ପଲିସି-୨୦୨୫ ଆସିବ।ଓଡ଼ିଶାକୁ ଦେଶର ମଡେଲ୍ ଷ୍ଟେଟ୍ କରିବା ପାଇଁ ପ୍ରସ୍ତୁତ ହୋଇଛି ଡ୍ରାଫ୍ଟ।
୨୦୩୬ ସୁଦ୍ଧା ୭୦% ଓ ୨୦୪୭ ସୁଦ୍ଧା ୮୦% ଇଭି ଭେଇକିଲ୍ ଗଡ଼ିବା ଲକ୍ଷ୍ୟ।ବିଜ୍ଞପ୍ତି ପ୍ରକାଶ ଠାରୁ ୨୦୩୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ପଲିସି ବଳବତ୍ତର ରହିବ। ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ୧୨ ମାସ ଭିତରେ ଇଭି ଗାଡ଼ି ଆପଣାଇବାକୁ ପରାମର୍ଶ। ସ୍ବାସ୍ଥ୍ୟ ଓ ଗୃହ ବିଭାଗକୁ ମଧ୍ୟ ବର୍ଷକ ଭିତରେ ଇଭି ଗାଡ଼ି ପାଇଁ ପରାମର୍ଶ।୩୦ ଦିନ ଭିତରେ ମତାମତ ଦେବାକୁ ଆହ୍ବାନ କଲେ ସରକାର।