ବାରବାଟୀରେ ଇଣ୍ଡିଆ ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ:ଆସନ୍ତା କାଲିଠାରୁ ସଧାରଣ ଦର୍ଶକଙ୍କ ପାଇଁ ଅଫ ଲାଇନ ଟିକେଟ ବିକ୍ରି ଆରମ୍ଭ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାରବାଟୀରେ ଇଣ୍ଡିଆ ସାଉଥ ଆଫ୍ରିକା ଟି ଟ୍ୱେଣ୍ଟି ପ୍ରସ୍ତୁତି।ଆଜି ଶେଷ ହେବ ଅନୁବନ୍ଧିତ ସଙ୍ଘଗୁଡିକ ପାଇଁ ଟିକେଟ ବିକ୍ରି ପ୍ରକ୍ରିୟା।ଆସନ୍ତା କାଲିଠାରୁ ସଧାରଣ ଦର୍ଶକଙ୍କ ପାଇଁ ଅଫ ଲାଇନ ଟିକେଟ ବିକ୍ରି ଆରମ୍ଭ। ୯ ଓ ୧୦ ଦୁଇ ଦିନ କାଉଣ୍ଟରରୁ ମିଳିବ ଟିକେଟ।ଅନ ଲାଇନ ବୁକ ହୋଇଥିବା 5 ହଜାର ଟିକେଟ ମଧ୍ୟ ଆସନ୍ତାକାଲିଠାରୁ ମିଳିବ। 9-10-11 ଓ 12 ତାରିଖ ପର୍ଯ୍ୟନ୍ତ ସ୍ଲିପ ଦେଖାଇ ନେଇ ହେବ ଅନ ଲାଇନ ଟିକେଟ। ଏଥିପାଇଁ କ୍ୟାମ୍ବ୍ରିଜ ସ୍କୁଲ ଓ ଖ୍ରୀଷ୍ଟ କଲିଜିଏଟ ସ୍କୁଲରେ ତିନୋଟି ଲେଖାଏଁ କାଉଣ୍ଟର।
ସ୍ଥାୟୀ ନିର୍ମିତ କାଉଣ୍ଟର ସହ ଅଫ ଲାଇନ ଟିକେଟ ବିକ୍ରି ପାଇଁ ଦୁଇଟି ନୂଆ କଣ୍ଟେନରରେ ମଧ୍ୟ ବିକ୍ରି ହେବ ଟିକେଟ। ମୋଟ ତିନୋଟି କଣ୍ଟେନର ଆଣିଛି ଓସିଏ।ଜଣେ ବ୍ୟକ୍ତି ଦୁଇଟି ଟିକେଟ କିଣି ପାରିବେ।୧୦ କୁ ବୃଦ୍ଧି ପାଇ ପାରେ ଟିକେଟ କାଉଣ୍ଟର ସଂଖ୍ୟା। ସ୍ୱତନ୍ତ୍ର ଭାବରେ ଦୁଇଟି କାଉଣ୍ଟରକୁ ମହିଳାମାନଙ୍କ ପାଇଁ ପ୍ରସ୍ତୁତ ରଖିବାକୁ ଚାଲିଛି ଯୋଜନା। ଖୋଲି ପାରେ ସ୍ୱତନ୍ତ୍ର କାଉଣ୍ଟର।ସମସ୍ତ ଟିକେଟ କାଉଣ୍ଟର ସି ସି ଟିଭି ନଜରରେ ରହିବ। ପୋଲିସ ମୃତୟନ ହେବେ।ଧାଡିରେ ଛିଡା ହେବା ପାଇଁ ବ୍ୟାରିକେଡ ତିଆରି ସରିଛି।ଗ୍ୟାଲେରୀ 1-3-5 ପାଇଁ ଟିକେଟ ମୂଲ୍ୟ 900 ଟଙ୍କା।ଗ୍ୟାଲେରୀ 2-4 ପାଇଁ ଟିକେଟ ମୂଲ୍ୟ 700 ଟଙ୍କା।ଗ୍ୟାଲେରୀ 7 ପାଇଁ ଟିକେଟ ମୂଲ୍ୟ 600 ଟଙ୍କା।
ଗ୍ୟାଲେରୀ 6 ପାଇଁ player concession ଟିକେଟ ମୂଲ୍ୟ 300 ଟଙ୍କା।ସ୍ପେଶାଲ ଏନକ୍ଲୋଜର ଟିକେଟ ମୁଲ୍ୟ 5000 ଟଙ୍କା।ଏ ସି ବକ୍ସ ଟିକେଟ ମୁଲ୍ୟ 7000 ଟଙ୍କା।ନିଉ ପାଭିଲିଅନ ଟିକେଟ ମୁଲ୍ୟ 8000 ଟଙ୍କା।କର୍ପୋରେଟ ବକ୍ସ ଟିକେଟ ମୁଲ୍ୟ 12000 ଟଙ୍କା।