ତୈଳ ଟ୍ୟାଙ୍କର୍ ‘ପ୍ରେଷ୍ଟିଜ୍ ଫାଲକନ୍’ ଓମାନ ଉପକୂଳରେ ବୁଡ଼ିଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓମାନ ଉପକୂଳରେ ଏକ ଜୈଳ ଭର୍ତ୍ତି ଜାହାଜ ବୁଡି ଯାଇଛି । ଏଥିରେ 13 ଭାରତୀୟଙ୍କ ସମେତ ନାବିକ ଓ ଅନ୍ୟ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ମୋଟ 16ଜଣ କର୍ମଚାରୀ ଥିଲେ । ସମସ୍ତେ ନିଖୋଜ ହୋଇଯାଇଛନ୍ତି । ଓମାନ ପକୂଳରୁ 25 ନଟିକାଲ ମାଇଲସ ଦୂରରେ ଗତକାଲି ଏହି ଅଘଟଣ ଘଟିଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ବୁଡିଯାଇଥିବା ଜାହାଜ ଓ ସେଥିରେ ଥିବା ନାବିକଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଏଥିରେ ଏକାଧିକ ଦେଶର ନୌସେନା ନିୟୋଜିତ ହୋଇଛନ୍ତି । ଓମାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ତୈଳ ଟ୍ୟାଙ୍କର୍ ସମ୍ବନ୍ଧରେ ଅଧିକ ସୂଚନା ପ୍ରଦାନ କରି ନାହିଁ। ସିପିଂ ୱେବସାଇଟ୍ ମେରାଇନ୍ ଟ୍ରାଫିକ୍ ଡଟ୍ କମ୍ ଅନୁଯାୟୀ ଏହି ଜାହାଜ ଦୁବାଇର ହମରିଆ ବନ୍ଦରରୁ ୟେମେନ ବନ୍ଦର ସହର ଆଡେନ ଆଡକୁ ଯାଉଥିଲା। ଏହାର ଅବସ୍ଥାନ ଚାରି ଦିନ ପୂର୍ବରୁ ଚିହ୍ନଟ କରାଯାଇଥିଲା। ଏହି ଜାହାଜ ୨୦୦୭ ରେ ନିର୍ମିତ ହୋଇଥିଲା ଯାହାର ଲମ୍ବ ୧୧୭ ମିଟର ବୋଲି କୁହାଯାଉଛି।

ପ୍ରେଷ୍ଟିଜ୍ ଫାଲକନ୍ ଓଲଟିବାର କାରଣ ଏମଏସସି ପ୍ରକାଶ କରି ନାହିଁ। ସୋମବାର ଦିନ ବନ୍ଦର ସହର ଦୁକମ ନିକଟ ରାସ ମଦରକାହର ଦକ୍ଷିଣ-ପୂର୍ବରେ ୨୫ ନ୍ୟୁଟିକାଲ ମାଇଲରେ ବୁଡ଼ି ଯାଇଛି ବୋଲି ଏମଏସସି ଟୁଇଟରରେ ଏକ ପୋଷ୍ଟରେ କହିଛି। ଘଟଣା ସ୍ଥଳରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଓମାନ କର୍ତ୍ତୃପକ୍ଷ ସାମୁଦ୍ରିକ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିଛନ୍ତି ବୋଲି ଓମାନର ରାଜ୍ୟ ସମ୍ବାଦ ଏଜେନ୍ସି ପ୍ରକାଶ କରିଛି।

Comments are closed.