ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ସବୁ ଅପେକ୍ଷାର ଅନ୍ତଃ ଘଟିଛି । ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ଫଳ । ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ବୈଷୟିକ ଶିକ୍ଷା ସଚିବ ଉଷା ପାଢୀଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଘୋଷଣା କରାଯାଇଛି । ୪୮,୮୧୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮, ୭୮୩ ଜଣ ରାଙ୍କ ପାଇଥିବା ଜଣାଯାଇଛି । ତେବେ ମୋଟ ୨୩ଟି ବିଭାଗର ଟପ୍ପରଙ୍କ ନାମ ଘୋଷଣା କରାଯାଇଛି ।
ବି-ଫାର୍ମରେ ସୌରଭ କୁମାର ପତି, ଏମବିଏରେ ସତ୍ୟଜିତ ସାହୁ
ଏମସିଏ-ଅପୂର୍ବ ନାୟକ, ସିଭିଲ ଇଞ୍ଜିନିୟରିଂରେ ସୁବାଷ ପୃଷ୍ଟି, ଇଲେକ୍ଟି୍ରକାଲରେ ସତ୍ୟଜିତ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡ଼ା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ଏମ ଫାର୍ମରେ ରଶ୍ମିରଞ୍ଜନ ପାଣିଗ୍ରାହୀ, ଫିଲ୍ମ ଏଡିଟିଂରେ ସନସନୀ ଗୁପ୍ତା ଟପ୍ପର ହୋଇଛନ୍ତି ।ଛାତ୍ରଛାତ୍ରୀ ୱେବସାଇଟ୍ରୁ ନିଜ ରେଜଲ୍ଟ ପାଇପାରିବେ ।
www.ojee.nic.inରେ ରେଜଲ୍ଟ ଜାଣିପାରିବେ । ଚଳିତ ବର୍ଷ ମେ ୮ରୁ ୧୨ତାରିଖ ପର୍ୟ୍ୟନ୍ତ ଓଜେଇଇ ଅନୁଷ୍ଠିତ ହୋଇଥିଲା । ୫୫ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା ।
ରାଜ୍ୟରେ ଥିବା ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ୍ଡ ମୋଡ୍ରେ ପରୀକ୍ଷା ହୋଇଥିଲା ।