ଓଜେଏସ୍ ପରୀକ୍ଷା ଶୁଶ୍ରିତା ମିଶ୍ର ଟପ୍ପର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୫୫ଜଣ କୃତକାର୍ଯ୍ୟ ହୋଇଛନ୍ତି ଓ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଶୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି । ନୀଲିଶା ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଥିବାବେଳେ ଚତୁର୍ଥ ସ୍ଥାନରେ ରାଣୀ ରଞ୍ଜିତା ପଟ୍ଟନାୟକ ।ପ୍ରଥମ ଆଠ ସ୍ଥାନରେ ଝିଅ ଅଛନ୍ତି । ସେହି ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ୧୫ ଜଣ ଝିଅ ଅଛନ୍ତି । କଳାହାଣ୍ଡି ଜିଲ୍ଲା ଭଵନୀପାଟଣାର ଓଜେଏସ୍ ରେ ଚତୁର୍ଥ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ରଞ୍ଜିତା ହେଉଛନ୍ତି ମଧୁସୂଦନ ଆଇନ ଵିଶ୍ବଵିଦ୍ୟାଳୟର ଛାତ୍ରୀ । କଳାହାଣ୍ଡି ଭଳି ଏକ ଜିଲ୍ଲାରୁ ଆସି ଏହି ସଫଳତା ହାସଲ କରିଵା ତାଙ୍କ ପାଇଁ ଵହୁତ ଵଡ କଥା ବୋଲି କହିଛନ୍ତି ରଞ୍ଜିତା ।

କ୍ୟାରିୟରରେ ଭଲ କରିଵା ପାଇଁ ତାଙ୍କ ଉପରେ ପରିବାରର କୌଣସି ପ୍ରକାର ଚାପ ନଥିଲା ବୋଲି କହିଛନ୍ତି ରଞ୍ଜିତା । ତାଙ୍କର ସଫଳତା ପାଇଁ ରଞ୍ଜିତା ଵାପା,ମା ଓ ତାଙ୍କ ଶିକ୍ଷକ ମାନଙ୍କ ସହ ଇଶ୍ୱରଙ୍କୁ ଶ୍ରେୟ ଦେଇଛନ୍ତି । ଆଇନ ସେଵାରେ ଯୋଗ ଦେଲେ ତ୍ଵରିତ ନ୍ୟାୟ ପ୍ରଦାନ ତାଙ୍କର ପ୍ରାଥମିକତା ରହିଵ ଵୋଲି ରଞ୍ଜିତା କହିଛନ୍ତି ।

Leave A Reply

Your email address will not be published.