ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାଗ୍ୟର ଦୋଷ ନାଁ କର୍ମର ବିଡମ୍ବନା? ଯେତେବେଳେ ଜଣେ ନିଃସହାୟ ବୃଦ୍ଧା ନିଜ ସ୍ୱାମୀ ର ମୃତ୍ୟୁ ନେଇ ଏମିତି ଚିତ୍ର ଏ ସମାଜ ଦେଖିଥାଏ, ସେତେବେଳେ ନିକଟତର ଦାୟିତ୍ୱବାନଙ୍କ ଉପରେ ଅନେକ ପ୍ରଶ୍ନ ଆସିଥାଏ l ଏ ବିକଳ ଚିତ୍ର କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡ଼ନଇଁ ଗ୍ରାମର। ଯେଉଁ ଚିତ୍ର କି ଆପଣଙ୍କ ମନ ବିଚଳିତ କରିଦେବ l ଆଜ୍ଞା କୁହାଯାଥିବା ଦୁଃଖର କଥା ହେଉଛି ସେଇ ଅଭାଗିନୀ କତି ମୁଣ୍ଡାଙ୍କ ନିଜ ସ୍ୱାମୀ ଭଞ୍ଜ ମୁଣ୍ଡା ( ଗ୍ରାମ ବଡ଼ନଇଁ, ବ୍ଲକ ଚମ୍ପୁଆ ଜିଲ୍ଲା କେନ୍ଦୁଝର )ଙ୍କ ମୃତ୍ୟୁ ନେଇ ତାଙ୍କ ବୟାନ ଆଧାର କହୁଛି କେମିତି ପ୍ରଶାସନ କତି ମୁଣ୍ଡାଙ୍କ ସ୍ୱାମୀର ମୃତ୍ୟୁ ନେଇ ଚତୁରତା ଅବଲମ୍ବନ କରିଛି ।
ଚମ୍ପୁଆ ମେଡିକାଲରୁ କେନ୍ଦୁଝର ମେଡିକାଲ ସ୍ୱାମୀ ଆମ୍ବୁଲାନ୍ସ ଯୋଗେ ଯାଇଛନ୍ତି ସତ, ହେଲେ କତି ମୁଣ୍ଡାଙ୍କ ନିଃସହାୟତା ପଣକୁ ଏ ପ୍ରଶାସନ ଜାଣି ଅଜଣା ହୋଇଛି। ମୃତ ସ୍ୱାମୀର ମରଶରୀରକୁ ଘରକୁ ଆଣିବାକୁ ବାର ଘର ବୁଲି ଭଡା ଗାଡିକୁ ୧୫୦୦ ଟଙ୍କା ପୈଠ କରିବାକୁ ପଡିଛି। ଆଉ ନିଃସନ୍ତାନ ନିଃସହାୟ ବୃଦ୍ଧ ସ୍ୱାମୀଙ୍କ ଶବକୁ ନିଜେ ହିଁ କବର ଦେବାକୁ ବାଧ୍ୟ ହେବାକୁ ପଡିଛି। ଯେଉଁ କବର ଖଳିବାକୁ ଗୋଟିଏ କୁରାଢ଼ୀ ହିଁ ତାଙ୍କ ପାଇଁ ଯଥେଷ୍ଟ। ସ୍ୱାମୀଙ୍କ ବାସୀ ମଡା ଆଉ କେତେ ସମୟ ବା ରଖିଥାନ୍ତେ ? ଶେଷ ରାସ୍ତା ଆପଣେଇବା ଛଡା ତାଙ୍କ ପାଖରେ ଆଉ କିଛି ରାସ୍ତା ନଥିଲା। ବୃଦ୍ଧା ନିଜ ସିଂଘରେ ନିଜେ ମାଟି ତାଡ଼ିବାକୁ ଉଚିତ ମନେ କଲେ ।
କାହାକୁ ଅପେକ୍ଷା ନ କରି ସ୍ୱାମୀଙ୍କ କବର ନିଜ ଘର ସାମ୍ନା ଦୁଆରେ ଖଳିଲେ l ସେ ସରକାରୀ ମହାପ୍ରୟାଣ ବାହାନ ଏ ଗରିବ ଲୋକଙ୍କ ଭାଗ୍ୟରେ ନାହିଁ। ଆଉ ପ୍ରଶାସନର ଲଢୁଆ ଚତୁରତା ଖେଳ ଆଗରେ ନିଃସହାୟ ଆଦିବାସୀଙ୍କ କୌଣସି ମୂଲ୍ୟ ମଧ୍ୟ ନାହିଁ l ଏ ସମାଜରେ ଅନେକ ଘଟଣା ଘଟେ। ଠିକ ଭୁଲର ହିସାବର ନ୍ୟାୟ ଯେତେବେଳେ ଗରିବ ଖୋଜେ ତା ସଂସାର ଭାସିଯାଏ l ଏଣୁ ଗରିବ ଯେତେ ଅନ୍ୟାୟର ଶିକାର ହେଉ ସହିବା ହେଉଛି ତା ପାଇଁ ହିତକର l