ଓଡ଼ିଆ ନ୍ୟୁଜ୍: ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବନ ବିଭାଗ। ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜ୍ଜନନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣରେ ଏକ ଏନ୍ତୁଡିଶାଳ ବା ସୁରକ୍ଷିତ ସ୍ଥାନ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଏନେଇ ନଭେମ୍ବର ୧ ତାରିଖରୁ ମେ ୩୧ ପ୍ରର୍ଯ୍ୟନ୍ତ ଏହି ୭ମାସ ଗଞ୍ଜମ ଋଷିକୁଲ୍ୟା ଉପକୂଳ ସମୁଦ୍ରରେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ବାରଣ କରାଯାଇଛି । ଗଞ୍ଜାମ ଋଷିକୁଲ୍ୟା ମୁହଣ ସଲଗ୍ନ ଉପକୂଳ ଉତ୍ତର ଆର୍ଯ୍ୟପଲ୍ଲୀ ଠାରୁ ଦକ୍ଷିଣ ପ୍ରୟାଗୀ ମଧ୍ୟସ୍ଥ ସାମୁଦ୍ରିକ ଅଞ୍ଚଳ ପ୍ରାୟ ୨୦ କିମିକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯାଇଥାଏ ।
ଏହି ସମୟରେ ଅଲିଭ ରିଡ୍ଲେ ସାମୁଦ୍ରିକ କଇଁଚ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ହୋଇଥାଏ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଧିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥାଏ । ସେମାନଙ୍କ ଆଗମନ ଠାରୁ ଆରମ୍ଭ କରି ଛୁଆ ମାନେ ସମୁଦ୍ରକ ଯିବା ପ୍ରର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ବନ ବିଭାଗ ,ମେରାଇନ ପୋଲିସ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ କଡାସୁରକ୍ଷା କରାଯାଇଥାଏ ।