ଓଡ଼ିଆ ନ୍ୟୁଜ୍: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ।ପରଲୋକ ନେଇ ପରିବାର ପକ୍ଷରୁ ଦିଆଗଲା ସୂଚନା। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ।ଏକାଧିକ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ଓଲିଉଡ୍ର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର।ଅନେକ ଆଲବମ୍ ଓ ଫିଲ୍ମରେ ଗୀତ ଗାଇଥିଲେ ହ୍ୟୁମାନ। ଲିଭର୍ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ ।
ସେ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ । ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍ଙ୍କ ଦେହାନ୍ତ ହୋଇଛି । ଆଉ ସେ ଚିରନିଦ୍ରାରେ ଶୋଇଯାଇଛନ୍ତି ।