ଓଡ଼ିଆ ନ୍ୟୁଜ୍: ୨୦୨୬ ଏପ୍ରିଲ୍ରେ ବାଂଲାଦେଶ ସାଧାରଣ ନିର୍ବାଚନ। ଘୋଷଣା କଲେ ଅନ୍ତରୀଣ ମୁଖ୍ୟ ମହମ୍ମଦ ୟୁନୁସ୍।ଏପ୍ରିଲ୍ ପ୍ରଥମାର୍ଦ୍ଧର ଯେକୌଣସି ଦିନ ନିର୍ବାଚନ ହେବ କହିଲେ।ଶେଖ୍ ହସିନା ସରକାରର ପତନ ପରେ ଏହା ହେବ ପ୍ରଥମ ନିର୍ବାଚନବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ଆନ୍ତରୀଣ ସରକାରଙ୍କ ଶାସନ ଜାରି ରହିଛି। ମାତ୍ର ଏହାରି ଭିତରେ ବାଂଲାଦେଶ ୟୁନୁସ ସରକାର ନିର୍ବାଚନ ନେଇ ବଡ଼ ଘୋଷଣା କରିଛନ୍ତି।
ଦେଶକୁ ସମ୍ବୋଧିତ କରି ୮୪ ବର୍ଷୀୟ ନୋବେଲ ଶାନ୍ତି ପୁରସ୍କାର ବିଜେତା ୟୁନୁସ କହିଛନ୍ତି, “ମୁଁ ଦେଶର ନାଗରିକମାନଙ୍କୁ ଘୋଷଣା କରୁଛି ଯେ ୨୦୨୬ ଏପ୍ରିଲ ପ୍ରଥମ ପକ୍ଷରେ ଯେକୌଣସି ଦିନ ନିର୍ବାଚନ ଅନୁଷ୍ଠିତ ହେବ।” ଇଦ-ଉଲ-ଆଜହା ଅବସରରେ ଟିଭିରେ ଦେଶକୁ ସମ୍ବୋଧିତ କରିବା ସମୟରେ ୟୁନୁସ ଏହି ଘୋଷଣା କରିଥିଲେ।
ୟୁନୁସ କହିଛନ୍ତି, “ନ୍ୟାୟ, ଶାସନ ଏବଂ ର୍ନିବାଚନ ପ୍ରକ୍ରିୟା ସହିତ ଜଡିତ ଚାଲିଥିବା ସଂସ୍କାର ସମୀକ୍ଷା କରିବା ପରେ, ମୁଁ ଆଜି ଦେଶକୁ ଘୋଷଣା କରୁଛି ଯେ ପରବର୍ତ୍ତୀ ଜାତୀୟ ନିର୍ବାଚନ ୨୦୨୬ ଏପ୍ରିଲ ପ୍ରଥମ ପକ୍ଷରେ ଯେକୌଣସି ଦିନ ଅନୁଷ୍ଠିତ ହେବ।” ସେ କହିଛନ୍ତି ଯେ ନିର୍ବାଚନ କମିଶନ ଖୁବ ଶୀଘ୍ର ଏକ ବିସ୍ତୃତ ନିର୍ବାଚନ ରୋଡମ୍ୟାପ ଉପସ୍ଥାପନ କରିବେ।