ବାହୁଡ଼ାଯାତ୍ରା ଡ୍ୟୁଟି ବେଳେ ଟଳି ପଡ଼ିଲେ କନେଷ୍ଟବଳ

0

ଓଡ଼ିଆ ନ୍ୟୁଜ୍: ବାହୁଡ଼ା ଯାତ୍ରା ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ ଜଣେ କନେଷ୍ଟବଳ। ମୃତକ ଜଣକ ତାରିଣୀ ଚରଣ ଗମାଙ୍ଗ। ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା।ସୂଚନାରୁ ଜଣାପଡିଛି ଆଜି ସକାଳୁ ରାୟଗଡ଼ା ସଦର ତହସିଲ ଛକ ଜାତୀୟ ରାଜପଥ କଡ଼ରେ ସେ ଡ୍ୟୁଟିରେ ନିୟୋଜିତ ଥିଲେ।

ସନ୍ଧ୍ୟା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରି ତଳେ ପଡ଼ିଯାଇଥିଲେ। ତେବେ ସେଠାରେ ଉପସ୍ଥିତ ପୁଲିସ କର୍ମୀ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାରିଣୀଙ୍କ ନିଜ ଘର ପଦ୍ମପୁର ଥାନା ଅର୍ନ୍ତଗତ ଲକ୍ଷ୍ମଣଗୁଡ଼ା ଗ୍ରାମ। ତେବେ ସେ ୧୯୯୭ ମସିହାରେ ପୁଲିସ କନେଷ୍ଟବଳ ଚାକିରି ପାଇ ବର୍ତ୍ତମାନ ଦୋରାଗୁଡ଼ା ଥାନାରେ କାର୍ଯ୍ୟରତ ଥିଲେ। ବାହୁଡା ଯାତ୍ରା ଡ୍ୟୁଟି ପାଇଁ ରାୟଗଡ଼ା ଆସିଥିଲେ।

Leave A Reply

Your email address will not be published.