୨ ଓ ୩ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ, ସେଯାଏଁ ଗୁଳୁଗୁଳି ରହିବ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ରାଜ୍ୟରେ ତାପମାତ୍ରା କମିଲେ ବି ଗୁଳୁଗୁଳି ଅନୁଭୂତ ହେବ। ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ। ଓଡ଼ିଶାରେ ପାଣିପାଗରେ ସେମିତି କିଛି ନିର୍ଦିଷ୍ଟ ପ୍ରଭାବ ନାହିଁ। ଜଳୀୟବାଷ୍ପ ଯଥେଷ୍ଟ ଅଧିକ ରହିଛି, ଯାହା ଫଳରେ ଆଦ୍ରତା ଅଧିକ ରହିଛି। ଭୁବନେଶ୍ୱର ୮୮ ପ୍ରତିଶତ ଆଦ୍ରତା ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ କରାଯାଇଛି। ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତୀ ଓଡ଼ିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ସହ, ବର୍ଷାର ପରିମାଣ ବଢିବ। ବାଦଲ ଆକାଶରେ ଛାଇ ହୋଇ ରହିବ। ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ ୨୮ ଜୁନ ସୁଦ୍ଧା ରାଜ୍ୟରେ ୧୫୬.୧ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ୱାଭାବିକ ବର୍ଷା ୧୯୨.୩ ମିମି ତୁଳନାରେ ୧୯ ପ୍ରତିଶତ କମ ଅଛି। ଯାହାକି ସ୍ୱାଭାବିକ ପରିସର ଭୁକ୍ତ। ସର୍ବାଧିକ ଦେବଗଡ଼ରେ ୩୦୭. ୬ ମିମି, ବର୍ଷା ରେକର୍ଡ ହୋଇଛି, ଯାହା ୮୬ ପ୍ରତିଶତ ଅଧିକ ରହିଛି। ଝାରସୁଗୁଡା, ଢେଙ୍କାନାଳ, ବରଗଡ଼ ଏ ସବୁ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ମୌସୁମୀ ବିଳମ୍ବ ରେ ଆସିଥିଲେ ବି ଆଗାମୀ ଦିନର ବର୍ଷା ସ୍ବଭାବିକ ରହିବ। ଗତ ବର୍ଷ ଜୁନ ମାସ ତୁଳନାରେ ଏ ବର୍ଷ ଅଧିକ ବର୍ଷା ହୋଇଛି।

ଗତ ବର୍ଷ ୧୩୬.୧ ମିମି ବର୍ଷା ରେକର୍ଡ ହୋଇଥିଲା, ଏଥର ବର୍ତ୍ତମାନ ସୁଧା ୧୫୬.୧ ମିମି ହୋଇଛି। ଚାଷ ପାଇଁ ଯାହା ଅନୁକୂଳ ହୋଇଛି। ପୁରୀରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ରହିବ। ଅଳ୍ପ ତାତି ବଢିଲେ ବି ବର୍ଷା ମଧ୍ୟ ରହିବ। ମୌସୁମୀ ୨୨ ତାରିଖକୁ ରାଜ୍ୟରେ ଅଗ୍ରଗତି କରିଥିଲା। ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ପଶ୍ଚିମ ଦିଗରେ ଏହା ଅଗ୍ରଗତି ହୋଇଛି। ନିମ୍ନଚାପ ରେଖା ଉତ୍ତର ଆଡ଼କୁ ଅଗ୍ରସର ହୋଇଛି। ଓଡ଼ିଶାଠୁ ଯଥେଷ୍ଟ ଦୂରରେ ଅଛି।

Leave A Reply

Your email address will not be published.