ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାତି ପାହିଲେ କାର୍ତ୍ତିକ ମାସ, ଶେଷ ଦିନରେ ଆମିଷ ବଜାରରେ ଲାଗିଲା ଗହଳି । ଆମିଷ ବାର ଥିବାରୁ ପ୍ରତ୍ୟେକ ଲୋକେ ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଗୋଟାଏ ଦିନ ପରେ ପୁଣ୍ୟର ମାସ କାର୍ତ୍ତିକ। କାହାରି ଘରେ ଆଉ ପଶିବନି ଆମିଷ। ମାସ ସାରା ନିରାମିଷ ଖାଇବାକୁ ପଡିବ। ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ଆମିଷ।
ଭାକୁର ମାଛ ଦର ୨୫୦ ଟଙ୍କା ଥିବା ବେଳେ, ରୋହି ୨୦୦ ଏବଂ ଚିଙ୍ଗୁଡ଼ି ଦର ୫୦୦ ଟଙ୍କା ରହିଛି। ସେହିପରି ଚୁନା ମାଛରେ ହାତ ମାରିହେଉନି। ଏଥିସହ କଙ୍କଡା ୧୦୦୦ ଟଙ୍କା ଥିବାବେଳେ ଚିକେନ୍ ୨୫୦ ଟଙ୍କା ରହିଛି। ସକାଳ ସମୟରୁ ମାଛ ଓ ମାଂସ ବଜାରରେ ରେଟ୍ ଉଚ୍ଚା ଥିଲା । ବଡ଼ ଇଲିସି ୨ ହଜାରରୁ ଅଧିକ ରେଟ ଥିବା ବେଳେ ଚିଙ୍ଗୁଡ଼ି ୫ ଶହ ଛୁଇଁଥିଲା । କିନ୍ତୁ ସମୟ ଗଡ଼ିବା ସହ ମାଛର ଦାମ କମି ଯାଇଥିଲା ।କାରଣ ଆସନ୍ତା କାଲି ଠାରୁ ଗ୍ରହଣ ସାଙ୍ଗକୁ କାର୍ତ୍ତିକ ମାସ ଆରମ୍ଭ ହେଉଛି ।
ଗୋଟିଏ ମାସ ପର୍ଯ୍ୟନ୍ତ ଘରକୁ ଆମିଷ ପ୍ରବେଶ ନିଷେଧ ରହିବ । ତେଣୁ ଲୋକେ ମଧ୍ୟ ଆଜି ମାଛ ସାଙ୍ଗକୁ ମାଂସ ଦୋକାନରେ ଭିଡ଼ ଜମାଇଛନ୍ତି ।ମାଛ ବେପାରୀଙ୍କ କହିବା କଥା ଯେ ଆଶାନୁରୂପ ବେପାର ହୋଇ ନାହିଁ । ସଖାଳୁ ଗ୍ରାହକ ଯେମିତି ଥିଲେ ସମୟ ଅନୁସାରେ ଗ୍ରାହକ କମ ହେବାକୁ ଲାଗିଲା, ତେଣୁ ବାଧ୍ୟ ହୋଇ ସମସ୍ତେ ଦାମ କମ କରିଛନ୍ତି । କାରଣ ଆଉ ମାସ ଟିଏ ମାଛ ବେପାର ବି ଠପ୍ ହୋଇଯିବ ।