ରାଇରଙ୍ଗପୁରରେ ପବିତ୍ର ରାସପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ଉତ୍ସବ ମୁଖର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ସହରସ୍ତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ମନ୍ଦିରରେ ଦୈନଦିନ ନୀତିକ୍ରାନ୍ତି ମଙ୍ଗଳଆରତୀ, ମୈଲବମ୍, ପ୍ରାତଃ ଅବକାଶ, ଦ୍ବାରପାଳ ପୂଜା, ସୂର୍ଯ୍ୟ ପୂଜା, ରୋଷ ବନ୍ଦନା ଇତ୍ୟାଦି ପରେ ସୁନାର ବେଶ ରାଜ ରାଜେଶ୍ବରୀରେ ଶ୍ରୀ ଠାକୁର ବିରାଜମାନ ହୋଇ ଅଗଣିତ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ | ଭକ୍ତମାନେ ମଧ୍ୟ ତାଙ୍କର ମଧୁମୟ ରୂପକୁ ଦର୍ଶନ କରି ଆତ୍ମବିଭୋର ହୋଇପଡିଥିଲେ |

ଇତି ଅବସରରେ ବୋଇତ ବନ୍ଦାଣ ପର୍ବ ମଧ୍ୟ ଖଡଖାଇ ନଦୀ କୂଳରେ ବେଶ ଆନନ୍ଦଉଲ୍ଲାସରେ ପାଳିତ ହୋଇଯାଇଛି | ଓଡିଆ ଜାତିର ବୀର ପୁରୁଷମାନେ ବିଦେଶ ଅର୍ଥାତ୍ ଜାଭା, ସିଂହଳ, ସୁମାତ୍ର ଇତ୍ୟାଦି ଦ୍ବିପକୁ ବ୍ୟବସାୟ କରିବା ପାଇଁ ଯାଉଥିଲେ | ତାହାର ସ୍ମାରକୀ ଏହି ବୋଇତ ବନ୍ଦାଣ | ଏହି ଦିନ ଭକ୍ତମାନେ ଅକାମା ଭୋଇ ପାନଗୁଆ ଖଇ, ମାସକ ଧରମ ମୋର, ଦିନକ ଧରମ ତୋର କହି ବୋଇତ ବନ୍ଦାଣ କରିଥାନ୍ତି |

ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତବୃନ୍ଦ ମତବ୍ୟକ୍ତ କରିଥିଲେ | ଏହି ହେତୁ ଶ୍ରୀ ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ହନୁମାନ ମନ୍ଦିର, ଗଢ ଶିବମନ୍ଦିର ତଥା ଅନ୍ୟାନ୍ୟ ମନ୍ଦିରରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା |

Leave A Reply

Your email address will not be published.