ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଡକ ସୁରକ୍ଷା ସପ୍ତାହ – ୨୦୨୪ ପାଳନ ଅବସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ମୁଖ୍ୟ ବସଷ୍ଟାଣ୍ଡ ପରିସରରେ ଥିବା ଘରୋଇ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସଡକ ସୁରକ୍ଷା ସପ୍ତାହ – ୨୦୨୪ ପାଳନ ଅବସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି | ଏହା ରାଇରଙ୍ଗପୁର ଘରୋଇ ବସ ମାଲିକ ସଂଘ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା |
ଏଥିରେ ତିରିଂ, ମଣଦା, ରାଇରଙ୍ଗପୁର ଡାକ୍ତରଖାନାର ଚକ୍ଷୁ ବିଶେଷଜ୍ଞ ଡଃ ମୀନକେତନ ଦାସ, ଡଃ ସବିତା ମହାନ୍ତ, ଡଃ ବୁଦ୍ଧେଶ୍ବର ସୋରେନ, ଅମିତ କୁମାର ସେନାପତି ଏବଂ ରାଇରଙ୍ଗପୁର ଅତିରିକ୍ତ ପରିବହନ ଅଧିକାରୀ ସନ୍ଦିପ ପାଇକରାୟ ଓ ଜୁନିୟର ଏମ୍ ଭି ଆଇ ଆଶୁତୋଷ ନାୟକ ଯୋଗ ଦେଇଥିଲେ | ଉକ୍ତ ଶିବିରରେ ଗାଡି ଚାଳକ, କଣ୍ଡଟର ତଥା ଯାତ୍ରୀମାନଙ୍କର ମାଗଣା ଚକ୍ଷୁ ଚିକିତ୍ସା କରାଯାଇଥିଲା |
ଏଣୁ ରାଇରଙ୍ଗପୁର ମୁଖ୍ୟ ବସଷ୍ଟାଣ୍ଡ ପରିସର ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା | ଏଥିରେ ଘରୋଇ ମାଲିକ ସଂଘର ସଭାପତି ତପନ କୁମାର ପରିଡା, ଉପସଭାପତି ନବୀନ କିଶୋର ମହାନ୍ତ, ସଂପାଦକ ଅନୁପ କୁମାର ମହାନ୍ତି, ସହସଂପାଦକ ଲକ୍ଷ୍ମୀକାନ୍ତ ବସା, କାର୍ଯ୍ୟକାରୀ ସଦସ୍ୟ ଅନିଲ କୁମାର ଶତପଥୀ, ବଂକେଶ୍ବର ମହାନ୍ତ, ଦୀପକ କୁମାର ବେହେରା, ଦୀନବନ୍ଧୁ କର୍ମକାର ତଥା ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ |