ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ଆରମ୍ଭରୁ ବିରୋଧୀ ହୋହାଲ୍ଲା କରିବାରୁ ୧୨ ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ଆଗରେ ହୋହାଲ୍ଲା କରିଥିଲେ । ଆଉ ପ୍ରଶ୍ନକାଳରେ ବିରୋଧୀ ହୋହଲ୍ଲା କରିଥିଲେ । ମଧ୍ୟାହ୍ନ ୧୨ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ସୂଚନା ଥାଉକି, ଆଦିବାସୀ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିଜେପିର ପ୍ରତିବାଦ ଦେଖିବାକୁ ମିଳିଥିଲା ।
ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରାବାଜି କରିଥିଲେ ବିରୋଧୀ । କଂଗ୍ରେସ ସଦସ୍ୟ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ମୋସନ ଦିଆଯାଇଥିଲା । ହେଲେ ବାଚସ୍ପତି ତାକୁ ଗ୍ରହଣ କରିନଥିବା ଅଭିଯୋଗରେ ସରଗରମ ହୋଇଥିଲା ଗୃହ । ଫଳରେ ବିରୋଧୀଙ୍କ ହୋହଲ୍ଲା ହଙ୍ଗାମା ହେତୁ ମୁଲତବୀ କରିଥିଲେ ବାଚସ୍ପତି ।