ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଗୁଡିକରେ ଜଳ ଲାଗି କରୁଛନ୍ତି କାଉଡିଆ। ଭୁବନେଶ୍ବରର ବାବା ଲିଙ୍ଗରାଜ, ପୁରୀର ଲୋକନାଥ ପୀଠ, ନୟାଗଡ଼ର ଲଡ଼ୁବାବା, ଭଦ୍ରକର ବାବା ଆଖଣ୍ଡଳମଣି ପୀଠରେ ଭୋରରୁ ଲମ୍ବିଛି କାଉଡ଼ିଆଙ୍କ ଭିଡ଼। ବୋଲ୍ ବମ୍ ନାରାରେ କମ୍ପୁଛି ଗଗନପବନ।
ଶ୍ରାବଣ ମାସ ବାବାଙ୍କ ପ୍ରିୟ ମାସ ହୋଇଥିବାରୁ ପୂଜାର୍ଚ୍ଚନା ବି ସ୍ବତନ୍ତ୍ର ଭାବେ ଚାଲିଛି। କାଉଡିଆ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବୋଲବମ୍ ନାରାରେ କମ୍ପୁଛି ଗଗନ ପବନ। ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଭିଡ ହୋଇଥିଲେ ବି ସବୁଠୁ ଅଧିକ ଭିଡ ଲାଗିଛି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ। ସେପଟେ କାଉଡିଆ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ପ୍ରଭୁଙ୍କର ଦର୍ଶନ କରି ପରମାନନ୍ଦ ଲାଭ କରିଯାଉଛନ୍ତି କାଉଡିଆ ।
ବୋଲ ବମ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜଙ୍କ ମନ୍ଦିର ପରିସର । ଶ୍ରାବଣ ତୃତୀୟ ସୋମବାରରେ ଆଠଗଡ ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ଼। ଶାନ୍ତିଶୃଙ୍ଖଳାର ସହ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ। ରାତ୍ର ଦୁଇଟାରୁ ପହଡ଼ ଖୋଲାଯାଇ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇ ବିଭିନ୍ନ ନୀତିକାନ୍ତି କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।