ଘରେ ବସି ପୂଜାରୀଙ୍କୁ ପୂଜା ପାଇଁ ଡାକିପାରିବେ, ଉଦଘାଟନ ହେଲା ‘ମୋ ପୂଜାରୀ’ ୱେବସାଇଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଜୟ ଓଡ଼ିଶା ର ନୂତନ ପ୍ରୟାସ MoPujari.Com ୱେବସାଇଟ। ଖାରବେଳ ନଗର ସ୍ଥିତ ଗିରିଦୁର୍ଗା ମନ୍ଦିର ରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପୂଜାରୀ ଙ୍କ ଉପସ୍ଥିତି ରେ ଏହାର ଶୁଭାରମ୍ଭ ହୋଇଥିଲା।ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଥମେ ଏକ ଉଦଘାଟନୀ ଯଜ୍ଞ ହୋଇଥିଲା ଓ ଉପସ୍ଥିତ ସମସ୍ତ ପୂଜାରୀ ମାନଙ୍କୁ “ତୁଳସୀ” ଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସେମାନେ “ମୋ ତୁଳସୀ ଯାତ୍ରା” ରେ ସାମିଲ ହୋଇ ଏହି କାର୍ଯ୍ୟକ୍ରମ ର ସଫଳତା ତଥା ସମାଜ କଲ୍ଯାଣ ପାଇଁ ଆଶୀର୍ବାଦ ଦେଇଥିଲେ।

ଏହି ୱେବସାଇଟ ରେ ଭୁବନେଶ୍ବରର ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ପୂଜାରୀ ମାନଙ୍କ ଲିଷ୍ଟ ରହିଚି ଯେଉଁଥିରୁ ଜଜମାନ ମାନେ ସହଜରେ ଘରେ ବସି, ନିଜ ଆଞ୍ଚଳିକ ଓ ଭିନ୍ନ ଭିନ୍ନ ପୂଜା କାର୍ଯ୍ୟ ପାଇଁ ପୂଜାରୀ ମାନଙ୍କ ସହ ଯୋଗାଯୋଗ କରିପାରିବେ। ଏଥିରେ ଏବେ ୩ ପ୍ରକାର, ଯଥା ହୋମଯଜ୍ଞ, ବ୍ୟକ୍ତିଗତ ଉତ୍ସବ ଓ ଅନ୍ୟାନ୍ୟ ପୂଜା କରୁଥିବା ପୂଜାରୀ ଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ପୂଜାରୀ ଙ୍କୁ ପଞ୍ଜୀକରଣ କରାଯିବ। ଏହା ପୂଜାରୀ ମାନଙ୍କୁ ରୋଜଗାରର ଏକ ପନ୍ଥା ଯୋଗାଇବା ସହ ଜଜମାନ ମାନଙ୍କ ଆବଶ୍ୟକତା ମଧ୍ୟ ପୂର୍ଣ୍ଣ କରିବ।

ଅନେକ ସମୟରେ ଦେଖାଯାଏ ଯେ ଲୋକ ମାନେ ବହୁତ ଖୋଜିଲା ପରେ ମଧ୍ୟ ନିଜର କିଛି ପୂଜା ନିମନ୍ତେ ନିଜ ଅଞ୍ଚଳରେ ପୂଜାରୀ ଟିଏ ଖୋଜି ପାଇବା ପାଇଁ ଅସୁବିଧା ର ସମ୍ମୁଖିନ ହୋଇଥାନ୍ତି। ତେଣୁ ଏହି ୱେବସାଇଟ ରେ ପୂଜାରୀ ମାନଙ୍କ ଘର ଠିକଣା, ଫୋନ ନମ୍ବର ଭଳି ସୂଚନା ମାନ ରହିବ ଯାହା ଫଳରେ ଲୋକ ମାନେ ନିଜ ଆବଶ୍ୟକତା ଅନୁଯାୟୀ ପୂଜାରୀ ଙ୍କୁ ପାଇଁ ପାରିବେ। ଏହା ଉଭୟ ପୂଜାରୀ ଓ ସାଧାରଣ ଜନତା ଙ୍କ ପାଇଁ ସହାୟକ ହେବ। ଏବେ ଏଥିରେ ନିର୍ଦ୍ଧିଷ୍ଟ ସଂଖ୍ୟକ ପୂଜାରୀ ମାନଙ୍କ ଲିଷ୍ଟ ଥିବା ବେଳେ ଆଗାମୀ ଦିନରେ
ଓଡ଼ିଶାର ଅନ୍ୟାନ୍ୟ
ଅଞ୍ଚଳର ପୂଜାରୀ ମାନଙ୍କୁ ମଧ୍ୟ ୱେବସାଇଟ ରେ ପଞ୍ଜୀକରଣ କରାଯିବ। ଯେଉଁମାନେ ଏହି ୱେବସାଇଟ ବ୍ୟବହାର କରିବେ ତାଙ୍କର ଫିଡବ୍ୟାକ୍ ଅନୁଯାୟୀ ପରବର୍ତ୍ତୀ ସମୟରେ ଏହାକୁ ଅଧିକ ଉନ୍ନତ କରାଯିବ। ଯେଉଁ ପୂଜାରୀ ମାନେ ନିଜକୁ ପଞ୍ଜୀକୃତ କରିବାକୁ ଚାହୁଁଛନ୍ତି ୯୮୫୩୨୨୦୦୨୩ ରେ ଯୋଗାଯୋଗ କରିବାକୁ ଜୟ ଓଡିଶା ର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।

Leave A Reply

Your email address will not be published.