ଚାନ୍ଦିପୁର ITRର ନିଷିଦ୍ଧାଞ୍ଚଳରେ ମାଛ ଧରୁଥିବା ବେଳେ ଗୁଳିବର୍ଷା, ଟଳିପଡିଲେ ଜଣେ ମତ୍ସ୍ୟଜିବୀ

0

 ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି ଜଣେ ମୃତ ଜଣେ ଗୁରୁତର । ଗଭୀର ସମୁଦ୍ର ଆଇଟି ଆରର ନିଷିଦ୍ଧ ଅଞ୍ଚଳରେ ମାଛ ଧରୁଥିବା ବେଳେ ଗୁଳିର ଶିକାର । ଆଇ ଟି ଆର୍‌ ର ସମୁଦ୍ର ସୀମା ଅଞ୍ଚଳ ର ନୋ ଏଣ୍ଟ୍ରି ଜୋନ ରେ ଅବାଦ୍ଧ ପ୍ରବେଶ ଯୋଗୁଁ ମତ୍ସ୍ୟଜୀବୀ ଙ୍କ ଦେହ ରେ ଗୁଳି ଲାଗିଥିବା ଆଶଙ୍କା । ଜଣକ ମୃତ ହୋଇଥିବା ବେଳେ ଜଣେ ଗୁରୁତର କୁ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଘଟଣା ଘଟିଛି ଆଜି ସକାଳ ସାଢ଼େ ୧୧ ଟା ବେଳେ । ମୃତକ ହେଲେ କମଳ ଲୋଚନ ମଝି । ତାଙ୍କ ଛାତି ଡାହାଣ ପାର୍ଶ୍ବରେ ବାଜିଛି । ଗୁରୁତର ଜଣକ ହେଲେ ପଦ୍ମଲୋଚନ ମଲ୍ଲିକ । ଗତକାଲି ଠାରୁ ବୋଟ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲା ଗଭୀର ସମୁଦ୍ର ରେ ମାଛ ମାରୁ ଥିବା ବେଳେ ଏଭଳି ଘଟଣା ଘଟିଥିଲା । ଯୋଡ଼ାକୁଟି ଓ ଗଦା ନଈ ମଝିରେ ଉଭୟ ଙ୍କ ଦେହରେ ଗୁଳି ବାଜିଥିଲା। ସ୍ଥାନୀୟ ଜୟମା ଲକ୍ଷ୍ମୀ ନାମକ ବୋଟ ରେ ସାତ ଜଣ ଧୀବର ମାଛ ମାରିବାକୁ ଯାଇଥିଲେ । ମୃତକଙ୍କ ଘର ସାର୍ଥା ବିନ୍ଧା ହୋଇଥିବା ବେଳେ ସଦର ବ୍ଲକ ର କଷାଫଳ ବୋଲି ଜଣାପଡିଛି ।

 

Leave A Reply

Your email address will not be published.