ଯୁକ୍ତ୨ ନାମଲେଖା ପାଇଁ କାଲିଠୁ ଆବେଦନ

0

ଓଡ଼ିଆ ନ୍ୟୁଜ୍: ଯୁକ୍ତ୨ ନାମଲେଖା ପାଇଁ ମେ’ ୨୪ ତାରିଖ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ଏହି ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ଜାରି ରହିବ। ଛାତ୍ରଛାତ୍ରୀମାନେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ। ଏଥି ପାଇଁ ପିଲାମାନଙ୍କୁ www.samsodisha.gov.in କୁ ଯିବାକୁ ପଡ଼ିବ।

ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ। ଜୁଲାଇ ୮ରୁ ୧୪ ଯାଏଁ ଆଡମିସନ୍ ପ୍ରକ୍ରିୟା ଜାରି ରହିବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.