ନିର୍ବାଚନ ସରିଲା ଦର ବୃଦ୍ଧି ହେଲା: ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା ରାଜ୍ୟ କଂଗ୍ରେସ, ଦର ନକମିଲେ ରାଜ ରାସ୍ତାକୁ ଓହ୍ଳାଇବାକୁ ଚେତାବନୀ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଲୋକଙ୍କ ପ୍ରତି ବିଶ୍ଵାସ ଘାତକତା କରିଛନ୍ତି ମୋଦି ସରକାର। ନିର୍ବାଚନରେ ଜିତିବା ପରେ ସଂଗେ ସଂଗେ ଦର ବୃଦ୍ଧି ହେଲା। ଏଲପିଜି ଦର ବୃଦ୍ଧିକୁ ନେଇ ହାଣ୍ଡିଶାଳରେ ଚଡ଼କ ପଡ଼ିଛି। ଆଉ ଦର ଦାମ ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପ୍ରବଳ ଚାପ ପଡ଼ିଛି। ଏଭଳି ଅଭିଯୋଗ ଆଣି କେନ୍ଦ୍ର ସରକାର ଉପରେ ବର୍ସିଛି ରାଜ୍ୟ କଂଗ୍ରେସ୍।
କଂଗ୍ରେସର ମୁଖପାତ୍ର ପଦ୍ମକର ଗୁରୁ କହିଛନ୍ତି ଆମେ ମାତ୍ର ୩ ପ୍ରତିଶତ ପେଟ୍ରୋଲ ଓ ଡିଜେଲ ଋଷରୁ ଆଣୁ। ତେଣୁ ଏବେ ଯୁଦ୍ଧ ନାଁରେ ତେଲ ଦର ବଢାଇବା ଏକ ବାହାନା ତାହା ସ୍ପଷ୍ଟ ପ୍ରମାଣିତ ହୋଇ ସାରିଛି। ଏହା ବାଦ୍ କେନ୍ଦ୍ର ସରକାରଙ୍କ ଭୁଲ୍ ରଣନୀତି ଯୋଗୁଁ ତେଲ ଦର ଏମିତି ମହଙ୍ଗା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। କାହିଁକି ନା ୩ ମାସ ଧରି ଆନ୍ତର୍ଜାତୀୟ ମାର୍କେଟରେ ବ୍ୟାରେଲ ପିଛା ଦର କମ୍ ଥିବା ବେଳେ ଆମେ ଆମଦାନୀ କରି ପାରିଲୁ ନାହିଁ। ଅନ୍ୟପଟେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁ ନାହାନ୍ତି କି ନିଜେ ଭାଟ୍ କମାଉ ନାହାନ୍ତି। ଏପ୍ରିଲରୁ ଏହାର ତୀବ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ।