ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । ଏହାରି ଭିତରେ ଯୁଦ୍ଧଭୂମିରେ ଫସି ରହିଛନ୍ତି ଅନେକ ଭାରତୀୟ । ସେମାନଙ୍କୁ ସେଠାରୁ ଉଦ୍ଧାର କରି ଆମ ଦେଶକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ଭାରତ ସରକାର । ଏହି ଉଦ୍ଧାର କାର୍ଯ୍ୟ ନେଇ ଭାରତ ସରକାର ଆରମ୍ଭ କରିଛନ୍ତି ଅପରେସନ ଅଜୟ ।
ଆଉ ଏନେଇ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିଛନ୍ତି ଇସ୍ରାଏଲରେ ଫସି ରହିଥିବା ଭାରତୀୟ । ପ୍ରଥମ ବ୍ୟାଚରେ ମହିଳା, ବୃଦ୍ଧ ଏବଂ ଶିଶୁଙ୍କ ସମେତ ମୋଟ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି। ଆଉ ସେଥିରେ ଅଛନ୍ତି ୯ ଓଡ଼ିଆ । ଲୋକମାନେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନେ କହିଛନ୍ତି ଯେ, ଆମେ ବର୍ତ୍ତମାନ ଆମ ଦେଶରେ ଅଛୁ, ଆମେ ବହୁତ ଖୁସି ଅନୁଭବ କରୁଛୁ । ଏହି ଆକ୍ରମଣରେ ଉଭୟ ପାର୍ଶ୍ୱରୁ ପ୍ରାୟ ୩୬୦୦ ଲୋକ ପ୍ରାଣ ହରାଇଛନ୍ତି।
ଏହି ସମୟରେ, ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ଯେଉଁଥିରେ ଯୁଦ୍ଧଭୂମିରେ ଫସି ରହିିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଭାରତ ସରକାର ।