ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ରେଡ୍ ବେଳେ ବାବୁଙ୍କ ଘରୁ ମିଳିଥିଲା ୧ କେଜି ୧୪୦ ଗ୍ରାମ ସୁନା।ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା ଠାବ କରିଥିଲା ଭିଜିଲାନ୍ସ।ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କ ୨୯ ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ।
ପୋଲିସ ଆବାସିକ ଓ କଲ୍ୟାଣ ନିଗମ ଡେପୁଟି ମ୍ୟାନେଜର ପ୍ରଥମେ ୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ବିଦ୍ୟୁତ ରଞ୍ଜନଙ୍କୁ ଧରିଥିଲା ଭିଜିଲାନ୍ସ । ଏହାପରେ ସମ୍ବଲପୁର, ଭଞ୍ଜନଗର, ଭୁବନେଶ୍ବରରେ ଏକକାଳୀନ ଚଢାଉ ଜାରି ରହିଛି। କହିବାକୁ ଗଲେ ଭାରି ଜମିପ୍ରିୟ ଜମିପ୍ରିୟ ଡେପୁଟି ମ୍ୟାନେଜର । ଭିଜିଲାନ୍ସ ଜାଲରେ ପଡ଼ିଥିବା ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜରଙ୍କ ୨୯ ଟି ପ୍ଲଟ ଠାବ ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ଘର ସହ ଏକକାଳନୀ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଙ୍କର ଜମି କିଣିବା ନିଶା ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ବାବୁଙ୍କର ଖୋର୍ଦ୍ଧା ଜଟଣି, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଛି । ୨ଟି ବହୁ ମହଲା କୋଠା, ଭୁବନେଶ୍ୱରର କଳିଙ୍ଗ ବିହାରରେ ଏକ ଫ୍ଲାଟ୍ ଠାବ ହୋଇଛି । ତାଙ୍କ ଘରୁ ୧ କିଲୋ ୧୪୦ ଗ୍ରାମ୍ ସୁନା ମିଳିଛି ।