ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲିଆପାଳ ବ୍ଲକ ବିଡ଼ିଓଙ୍କ ଦବଙ୍ଗ ନିତି ଓ ହିଟଲରି ସାଶନକୁ ଆଉ ବରଦାସ କରାଜିବନି।ବିଡିଓ ଆଉ ଅଫିସର ନୁହଁନ୍ତି ସ୍ୱୟଂ କଣ୍ଟ୍ରାକ୍ଟର ସାଜିଛନ୍ତି ।ସବୁ କାମ ସରପଞ୍ଚଙ୍କୁ ଅନ୍ଧାରରେ ରଖି ନିଜେ ୱାର୍କଅର୍ଡର ବାଣ୍ଟୁଛନ୍ତି।ସରପଞ୍ଚ ଓ ସମିତି ସଦସ୍ୟଙ୍କୁ ଦେଖିଲେ ତାଙ୍କ ନାହି ଡେଉଁଛି ବୋଲି ଖୁଦ ସାଶକ ଦଳର ସରପଞ୍ଚ ଓ ସମିତି ସଦସ୍ୟ ମାନେ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।ଏଭଳି ବିଡ଼ିଓଙ୍କୁ ତୁରନ୍ତ ବଦଳି କରା ନ ଗଲେ ଚଳିତ ମାସ ୨୦ ତାରିଖରୁ ସମୁହ ଧାରଣାରେ ବସିବେ ବୋଲି ସରପଞ୍ଚ ଓ ସଦସ୍ୟ ମାନେ ଶନିବାର ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।
ସରପଞ୍ଚ ସଂଘ ସଭାପତି ଦେବ ଦେ, ସମିତି ସଦସ୍ୟ ସଂଘ ସଭାପତି ସୁଶାନ୍ତ ସେଠି,ସରପଞ୍ଚ ମହେଶ୍ୱର ଜେନା,ସରପଞ୍ଚ ଅଞ୍ଜନ କୁମାର ଗିରି,ମଧୁପୁରା ସରପଞ୍ଚ ପ୍ରତିନିଧି ଲମ୍ବୁଦର ମାହାନା,ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର,ସରପଞ୍ଚ ବେଣୁଧର ରଣଜିତ,ସରପଞ୍ଚ ସୁନିଲ କୁମାର ପ୍ରଧାନ, ପଞ୍ଚାୟତ ସମିତି ଅଧକ୍ଷା ରଞ୍ଜିତା ନାୟକ ପ୍ରମୁଖ ଙ୍କ ସହିତ ଉପସ୍ଥିତ ନିର୍ବାଚିତ ସରପଞ୍ଚ ସମିତି ସଦସ୍ୟ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ ବ୍ଳକର ବିଡ଼ିଓ ପଞ୍ଚାୟତରାଜ ଆଇନକୁ ସମ୍ପୂର୍ଣ ଉଲଘଂନ କରୁଛନ୍ତି। ଅଳ୍ପ ଦିନ ତଳେ ନୁଆଗାଁ ପଞ୍ଚାୟତର ମହିଳା ସରପଞ୍ଚ ଦୀପାରାଣୀ ଦାସଙ୍କୁ ବିଡିଓ ଙ୍କ ଅଫିସ ସମ୍ମୁଖରେ କନିଷ୍ଠଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦୁର୍ବ୍ଯବହାର କରିବା ସ୍ଵତ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଦୁଃଖ ଓ ପରିତାପର ବିଷୟ।ସରପଞ୍ଚ ଓ ସଦସ୍ୟ କୌଣସି କାର୍ଯ୍ୟପାଇଁ ବିଡ଼ିଓଙ୍କ ଅଫିସକୁ ଗଲେ ବି.ଡି.ଓ. ଶ୍ରୀ ପଣ୍ଡା ଉପଯୁକ୍ତ ସମ୍ମାନ ପ୍ରଦାନ ନକରି ଅପମାନିତ କରୁଛନ୍ତି।
ପଞ୍ଚାୟତ ସମିତିର ନିଷ୍ପତି ବିନା ବ୍ଲକ ପରିସର ମଧ୍ୟରେ ବିଭିନ୍ନ କାର୍ଯ୍ୟ କରିବା ସହିତ ପଞ୍ଚାୟତ ସମିତିରେ ବିଭିନ୍ନ ବିଷୟରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ନିଷ୍ପତ୍ତି ଗୁଡିକୁ ଅମାନ୍ୟ କରି ମନମୁଖୀ କାର୍ଯ୍ୟ କରିବା ପାଇଁ ତାଙ୍କୁ କିଏ ଅଧିକାର ଦେଲା ବୋଲି ଅଭିଯୋଗ କରିଛନ୍ତି।ଏଥି ସହିତ ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ କୌଣସି କାର୍ଯ୍ୟ ସରପଞ୍ଚ ଏବଂ ସଦସ୍ୟଙ୍କୁ ନ ଜଣାଇ ବାହାର ଠିକାଦାରଙ୍କ ଦ୍ଵାରା କାର୍ଯ୍ୟକରୁଥିବା ବାବଦରେ ସରପଞ୍ଚ ସଦସ୍ୟ ବିଡିଓ ଙ୍କୁ ପଚାରିଲେ | ଆପଣଙ୍କୁ ଆବଶ୍ୟକ ନାହିଁ ବୋଲି ମୁହଁରେ କହିବା ଏବଂ ଏଥିପାଇଁ ନିଖୁରା ସମିତି ସଦସ୍ୟଙ୍କୁ ତାଙ୍କ ଅଫିସରୁ ଗେଟ୍ ଆଉଟ୍ କହି ବାହାର କରିଦେବା ଆଦି ଘଟଣା ଦିନକୁ ଦିନ ଅସହ୍ୟ ହେଲାଣି ।ଏପରିକି ସରପଞ୍ଚ ମାନଙ୍କୁ ନ ଜଣାଇ ବିଡ଼ିଓ ନିଜେ ଗ୍ରାମ ସଭା କରିବା ଅଗଣତାନ୍ତ୍ରିକ ବୋଲି ଖବର ଦାତା ସମ୍ମିଳନୀରେ ଉପରୋକ୍ତ ସରପଞ୍ଚ ଓ ସମିତି ସଦସ୍ୟ ମାନେ ଅଭିଯୋଗ କରିଥିଲେ।ତେଣୁ ଏଭଳି ବିଡ଼ିଓଙ୍କୁ ଆଉ ବାଲିଆପାଳରେ ରହିବାର ଆବଶ୍ୟକ ନାହିଁ ବୋଲି ସେମାନେ ଦାବି କରିଛନ୍ତି।