ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଲକ୍ଷ୍ମୀ ବସ୍ ଯୋଜନାକୁ ପୁଣି ବିରୋଧ। ଆଜି ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଆରମ୍ଭ ହୋଇଛି।
ଏହାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିବା ପରେ ଏବେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ବି ବିରୋଧ ଜଣାଇଛି। ଏନେଇ ବିଭିନ୍ନ ଜିଲ୍ଲାରୁ ବସ୍ ମାଲିକ ମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ବସ ମାଲିକ। ସରକାର ନ ଶୁଣିଲେ ଡିସେମ୍ବର୧ ତାରିଖରେ ବସ ଧର୍ମଘଟ ପାଇଁ ସଂଘ ଚେତାବନୀ ଦେଇଛି।
ସୂଚନାଯୋଗ୍ୟ, କଟକ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ବୈଠକରେ ୨୨ ତାରିଖ ଦିନ ବିଧାନସଭା ଆଗରେ ପ୍ରତିବାଦ ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରାଯାଇଥିଲା। ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ୍ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ୨୫ ତାରିଖରେ ରାୟଗଡ଼ାରେ ଲକ୍ଷ୍ମୀ ବସ୍ ଯୋଜନାରେ ୪୦ଟି ବସ୍ ର ଉଦଘାଟନ ରହିଛି। ଏହାପୂର୍ବରୁ ଗଜପତି, କୋରାପୁଟ ଭଳି ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ଚାଲୁଛି ଲକ୍ଷ୍ମୀ ବସ୍ ।