ଟାଟା ପାୱାର ର କୃଷକ ମାରାଣ ନୀତି କୁ ବିରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜଳେଶ୍ବର ଟାଟା ପାୱାର ର କୃଷକ ମାରାଣ ନୀତି କୁ ବିରୋଧ କରି କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ଚାଷୀ ମାନଙ୍କୁ ନେଇ ବାସନ୍ତୀ ପଡିଆରେ ଗଣ ସମ୍ମିଳନୀ ଅନୁଷ୍ଠିତ। ସୂଚନା ଅନୁସାରେ ଟାଟା ପାୱାର ଚାଷୀ ଶୋଷଣକୁ ନେ଼ଇ ଗତ ବର୍ଷ କୃଷକ ସଂଗ୍ରାମ ମଞ୍ଚ ପକ୍ଷ ରୁ ବିଖୋବ ସହ ଧାରଣା ପରେ ବିଦ୍ୟୁତ ବିଭାଗ ସମସ୍ତ ଦାବି କୁ ମନି ନେଇ ଥିଲେ  |

ହେଲେ ଚଳିତ ବର୍ଷ ପୁଣି ଟାଟା ପାୱାର ର ଆକ୍ରମଣ କୁ ସହ୍ୟ କରି ନପାରି ମଞ୍ଚ ପକ୍ଷ ରୁ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୈ।ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ  | ଆଜି ଦିନ ବାରଟା ସମୟରେ ବାସନ୍ତୀ ପଡ଼ିଆ ରେ ଚାଷୀ ମାନଙ୍କୁ ନେଇ ଗଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୃଷକ ମଞ୍ଚ ର ଆବାହକ ପଦ୍ମନାଭ ବେହେରା ଙ୍କ ସଭାପତିତ୍ବ ରେ କଂଗ୍ରେସ ନେତା ସୁଦର୍ଶନ ଦାସ, ହେମନ୍ତ ଗିରି, ସୁଦାମ ଚରଣ ପାତ୍ର, ବିଜୟ ଜେନା ପ୍ରମୁଖ ଯୋଗଦେଇ ଟାଟା ପାୱାର ର ଜୁଲମ କୁ ସମାଲୋଚନା କରିଥିଲେ।

ଦାବିଗୁଡିକ ମଧ୍ୟରେ ମିନି ସେଲୋ ଗୁଡ଼ିକରେ ମିଟର ବସାଇବା ବନ୍ଦ କରିବା , ଯେଉଁମାନଙ୍କର ଏଲ୍. ଆଇ. ପଏଣ୍ଟରେ ମିଟର ଲାଗିଛି ସେ ମିଟରକୁ ତୁରନ୍ତ ପ୍ରତ୍ୟାହାର କରିବା, ଏଲ୍. ଆଇ. ପଏଣ୍ଟର ମିଟର ଖୋଲିବା ସହିତ ସମସ୍ତ ଏଲ୍‌. ଆଇ ଟ୍ରାନ୍ସଫମରକୁ ବିଦ୍ୟୁତ ପୂନଃ ସଂଯୋଗ କରିବା ,ଉପଭୋକ୍ତା ଓ ମିନି ସେଲୋ ମାଲିକମାନଙ୍କ ଉପରେ ମନ ଇଚ୍ଛା ବିଲ ବସାଇବା ବନ୍ଦ କରିବା,ମିଟର ଓ ଟ୍ରାନ୍ସଫମର ଚାର୍ଜ ନେବା ବନ୍ଦ କରିବା ଏବଂ ଛୋଟ ଦୋକାନୀମାନଙ୍କୁ କମର୍ସିଆଲ ବିଲିଂରୁ ବାଦ ଦେବା ଇତ୍ୟାଦି ଦାବି ନେଇ ଗଣସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

Leave A Reply

Your email address will not be published.