ପାରା ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କଲେ ଓଡିଆ ଖେଳାଳି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ପାରା ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ । ଚତୁର୍ଥ ପାରା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ଓଡିଆ ଖେଳାଳି ପ୍ରମୋଦ ଭଗତ । ଏସୀୟ ପାରା କ୍ରୀଡ଼ାରେ ଭାରତରୁ ଆଉ ଦୁଇ ସ୍ବର୍ଣ୍ଣ । ପ୍ରମୋଦ ଭଗତ୍ ଓ ଶୀତଳ ଦେବୀଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସେ ନୀତେଶ କୁମାରଙ୍କୁ ପରାସ୍ତ କରି ଗୋଲ୍ଡ ମେଡାଲ ଜିତିଛନ୍ତି ପ୍ରମୋଦ । ସେହିପରି ତୀରନ୍ଦାଜୀରେ ଶୀତଳ ଦେବୀ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ କରିଛନ୍ତି ।

ସେ ସିଙ୍ଗାପୁରର ଅଲିମ୍ ନୁର୍ ସ୍ୟାହିଦହଙ୍କୁ ପରାସ୍ତ କରିଛନ୍ତି । ପ୍ରକାଶ ଥାଉ କି ଗତକାଲି(ଗୁରୁବାର) ବ୍ୟାଡମିଣ୍ଟନ ମିକ୍ସ ଡବଲ୍ସରେ ଦୁଇଠି କାଂସ୍ୟ ପଦକ ଜିତିଥିଲେ । ପୁରୁଷ ଯୁଗଳ ପ୍ରତିଯୋଗିତା ସେମିଫାନାଲରେ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ପ୍ରମୋଦ ଓ ସୁକାନ୍ତ ଯୋଡି 22-21, 21-13,12-21 ସେଟ୍‌ରେ ଇଣ୍ଡୋନେସି ଯୋଡ଼ିକୁ ପରାସ୍ତ କରିଥିଲେ । ଏହା ସହିତ ପ୍ରମୋଦ ଭଗତ ତାଙ୍କ ଯୋଡ଼ି ମନୀଷା ରାମଦାସଙ୍କ ସହିତ ମିଶ୍ରିତ ଯୁଗଳ ଏକ୍ସଡି ଏସଏଳ 3 ASU 5 ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହି ଭାରତୀୟ ଯୋ଼ଡି ଇଣ୍ଡୋନେସିଆର ହିକମାସ ରମଦାନୀ ଓ ଲିଆନି ଓକଟିଲାଙ୍କଠାରୁ 19-21,14-21ରେ ପାରାସ୍ତ ହୋଇ କାଂସ୍ୟ ପଦକ ଜିତିଥିଲେ ।

ପୂର୍ବରୁ କ୍ବାର୍ଟରରେ ଜାପାନର ତାଇୟୋ ଇମାଇ ଓ ନୋରିକା ଇଟୋଙ୍କୁ ପରାସ୍ତ କରି ସେମିକୁ ଉଠିଥିଲେ ।ଅକ୍ଟୋବର 23 ତାରିଖରୁ ଚତୁର୍ଥ ଏସୀୟ ପାରା କ୍ରୀଡ଼ା ଆରମ୍ଭ ହୋଇଛି । ଏଥିରେ ଭାରତର 309 ଖେଳାଳି ଅଂଶଗ୍ରହଣ କରିଛନ୍ତି । ଆରମ୍ଭରୁ ହିଁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ କମାଲ ଦେଖିବାକୁ ମିଳିଛି । ଏଯାବତ ଭାରତର ମୋଟ ପଦକ ସଂଖ୍ୟା 89ରେ ପହଞ୍ଚିଛି । ସେଥିରେ 21ଟି ସ୍ବର୍ଣ୍ଣ, 25ଟି ରୌପ୍ୟ ଓ 43ଟି ବ୍ରୋଞ୍ଜ ପଦକ ସାମିଲ ରହିିଛି ।

Leave A Reply

Your email address will not be published.