ଓଏସଏସସି ପ୍ରଶ୍ନପତ୍ର ଲିକ ସରକାରୀ ପ୍ରୋତ୍ସାହିତ, ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଷ୍ଟାଫସିଲେକସନ କମିଶନ ପ୍ରଶ୍ନପତ୍ର ଲିକ୍‌କୁ ନେଇ ରାଜ୍ୟ ହଇଚଇ ହୋଇଥିବା ବେଳେ ଗତ ୨୭ ତାରିଖ ବାଲେଶ୍ୱର ଏସ୍‌ପିଙ୍କର ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ । ଗତ ୨୭ ତାରିଖରେ ବାଲେଶ୍ୱର ଏସ୍‌ପି ଗଣମାଧ୍ୟକୁ ସୂଚନା ଦେଇ କହିଥିଲେ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ ହୋଇଛି ଏହାର ଙ୍କିଙ୍ଗପିନ୍ ବିହାରର ଏବଂ ଏହି ପ୍ରଶ୍ନପତ୍ର ଲିକ ସହିତ ଓଏସଏସସିର କୌଣସି ଷ୍ଟାଫ ସଂପୃକ୍ତ ନାହାନ୍ତି । ଯେତେବେଳ ଏହି ଘଟଣାର ତଦନ୍ତ ଚାଲିଛି ଏସ୍‌ପି କେଉଁ ଆଧାରରେ ଓଏସଏସସିକୁ କ୍ଲିନଚିଟ ଦେଲେ ।

ଜଣେ ବିହାର ଲୋକ ବିନା ଓଏସଏସସି ଷ୍ଟାଫଙ୍କ ସାହାଯ୍ୟରେ କିଭଳି ଓଡ଼ିଶା ଜେଇମେନ ପ୍ରଶ୍ନପତ୍ର ଲିକ କରିପାରିଲା । ଯେହେତୁ ସରକାରଙ୍କ ପ୍ରୋତ୍ସାହିତରେ ଓଏସଏସସି ପ୍ରଶ୍ନପତ୍ର ଲିକ୍ କରିବାରେ ସାହାଯ୍ୟ କରିଛି ଏବେ ସରକାର ଏସ୍‌ପିଙ୍କ ମାଧ୍ୟମରେ ଓଡ଼ିଶା ଷ୍ଟାଫସିଲେକସନ କମିଶନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଏବଂ ଏହାର ତଦନ୍ତ ଏସଆଇଟି ମାଧ୍ୟମରେ ମାନ୍ୟବର ଉଚ୍ଚନ୍ୟାୟଳଙ୍କ ତତ୍ୱାବଧାନରେ କରିବା ପାଇଁ ଶ୍ରୀ ପଟ୍ଟନାୟକ କହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶକାନ୍ତ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.