ଦିଲ୍ଲୀରେ ପି-୨୦ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଜି -୨୦ ସମ୍ମିଳନୀର ଗ୍ରାଣ୍ଡ ଇଭେଣ୍ଟ ପରେ ଏବେ ଦିଲ୍ଲୀରେ ପି-୨୦ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏହି ସମ୍ମିଳନୀ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଚାଲିବ । ପି-୨୦କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି । ୧୨ ରୁ ୧୪ ଅକ୍ଟୋବର ପର‌୍ୟ୍ୟନ୍ତ ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଏବଂ ଏକ୍ସପୋ ସେଣ୍ଟର-ୟଶୋବୋମିରେ ଏହା ଆୟୋଜିତ ହୋଇଛି ।

140 କୋଟି ଭାରତୀୟଙ୍କ ପକ୍ଷରୁ ଏହି ସମ୍ମିଳନୀକୁ ସମସ୍ତ ପ୍ରତିନିଧିଙ୍କୁ ସ୍ବାଗତ । ଏହି ସମ୍ମିଳନୀ ଅଲଗା ଅଲଗା ପାର୍ଲାମେଣ୍ଟାରୀ ପ୍ରାକ୍ଟିସର ‘ମହାକୁମ୍ଭ’ । ଜି20 ସଂସଦୀୟ ବାଚସ୍ପତି ସମ୍ମିଳନୀ ଇଣ୍ଟରନ୍ୟାସନାଲ୍‌ କନଭେନସନ୍‌ ଆଣ୍ଡ୍‌ ଏକ୍ସପୋ ସେଣ୍ଟରର ଯଶୋଭୂମିରେ ଦୁଇଦିନିଆ 9ମ ସଂସଦୀୟ ବାଚସ୍ପତି ସମ୍ମିଳନୀ ଆରମ୍ଭ ହୋଇଛି । ସମ୍ମିଳନୀକୁ ସମ୍ଭୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବମ ଜି20 ସଂସଦୀୟ ବାଚସ୍ପତି ସମ୍ମିଳନୀକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହଛନ୍ତି,”ବିଶ୍ବର କୋଣ ଅନୁକୋଣରେ ଯାହା ଘଟୁଛି ତାହା ସସମ୍ତଙ୍କୁ ଜଣା । ବିବାଦ ଓ ଯୁଦ୍ଧ ପରିସ୍ଥିତିରେ ଆଜି ଦୁନିଆ ସଂଙ୍କଟରେ ଫସି ରହିଛି । ଏହା କାହା ହିତରେ ନୁହେଁ । ମାନବତା ପାଖରେ ଥିବା ବଡ଼ ଚ୍ୟାଲେଞ୍ଜ୍‌ର ସମାଧାର ଭାଗ ହୋଇଥିବା ଦୁନିଆ କରିପାରିବ ନାହିଁ । ଶାନ୍ତି ଓ ଭାଇଚାରାର ସମୟ ଆସିଛି ।

ଏକାଠୀ ହୋଇ ଚାଲିବାର ସମୟ ଆସିଛି ସମସ୍ତଙ୍କ ବିକାଶ ଓ କଲ୍ୟାଣର ସମୟ । ଆମକୁ ବୈଶ୍ବିକ ବିଶ୍ବାସର ସଙ୍କଟକୁ ଦୂର କରିବାକୁ ହେବ ମାନବ କେନ୍ଦ୍ରିକ ବିଚାର ଧାରାରେ ଆଗକୁ ବଢିବାକୁ ହେବ ।ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କିତ ୪ଟି ଅଧିବେଶନ ଅନୁଷ୍ଠିତ ହେବ । ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଲକ୍ଷ୍ୟରେ ସହସଦର ଭୂମିକା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପି-୨୦ର ସମସ୍ତ ପ୍ରତିନିଧି ନୂଆ ସଂସଦ ଭବନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.