ଓଡ଼ିଆ ନ୍ୟୁଜ୍: ଆନ୍ଦୋଳନ ପ୍ରତ୍ୟାହାର କଲା ପାଚିକା ସଂଘ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ। ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସମାଧାନ ପାଇଁ ପ୍ରତିଶ୍ରୁତି।
ସୂଚନାଅନୁଯାୟୀ ବୁଧବାରଠାରୁ ୭ ଦଫା ଦାବି ସହ ତିନି ମାସର ଦରମା ମିଳିନଥିବା ପ୍ରତିବାଦରେ ଲୋୟର ପିଏମଜିରେ ଧାରଣାରେ ବସିଥିଲେ ଓଡ଼ିଶା ମଧ୍ୟାହ୍ଣ ଭୋଜନ ପାଚକ ପାଚିକା ରାଜ୍ୟସଂଘର ହଜାର ହଜାର ପାଚିକା। ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ବିରାଟ ସଭାରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ ଯୋଗଦେଇ ସମସ୍ୟାର ସମାଧାନ ପାଇଁ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ଦାବି ରଖିଥିଲେ। ଯଦି ସରକାର ଏଥିରେ ହେଳା କରନ୍ତି ତାହାଲେ ଆନ୍ଦୋଳନରୁ ନ ଓହରିବାକୁ ସଂଘ ତରଫରୁ ଧମକ ମଧ୍ୟ ଦିଆଯାଇଥିଲା।