ଓଡ଼ିଆ ନ୍ୟୁଜ୍: ୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା।୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ।ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କାର।କେରଳର କେଟି ଥୋମାସ୍ ଓ ପି. ନାରାୟଣନଙ୍କୁ ପଦ୍ମ ବିଭୂଷଣ।ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ଚ୍ୟୁତାନନ୍ଦନଙ୍କୁ ପଦ୍ମ ବିଭୂଷଣ।ଉତ୍ତର ପ୍ରଦେଶର ଏନ୍. ରାଜମଙ୍କୁ ପଦ୍ମ ବିଭୂଷଣ ସମ୍ମାନ।ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପଦ୍ମ ପୁରସ୍କାର।ସାହିତ୍ୟ, ଶିକ୍ଷା, ଚିକିତ୍ସା, କଳା ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ନାଁ ଘୋଷଣା।
ସୂଚୀରେ ସାହିତ୍ୟ, ଶିକ୍ଷା, ସମାଜସେବା, ଚିକିତ୍ସା, କଳା ଓ ଜନକଲ୍ୟାଣ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଯୋଗଦାନ ପାଇଁ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ଏହି ପୁରସ୍କାର କଳା, ସମାଜସେବା, ଶିଳ୍ପ, ବିଜ୍ଞାନ, ଚିକିତ୍ସା, କ୍ରୀଡା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଏ ।
ସାଧାରଣ ଭାରତୀୟଙ୍କ ଅସାଧାରଣ ଅବଦାନକୁ ସମ୍ମାନିତ କରିବାର ପରମ୍ପରାକୁ ଜାରି ରଖି, ଏହି ବର୍ଷର ପଦ୍ମ ପୁରସ୍କାର ସାରା ଦେଶର ଅଗଣିତ, ଲୁଚି ରହିଥିବା ଅଦୃଶ୍ୟ ନାୟକମାନଙ୍କୁ ସ୍ୱୀକୃତି ପ୍ରଦାନ କରୁଛି । ବ୍ୟକ୍ତିଗତ ସଂଘର୍ଷ, କଷ୍ଟ ଏବଂ ଦୁଃଖଦ ପରିସ୍ଥିତି ସତ୍ତ୍ୱେ ଏହି ପ୍ରଖ୍ୟାତ ବ୍ୟକ୍ତିମାନେ କେବଳ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରିନଥିଲେ ବରଂ ସମାଜ ସେବାକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ । ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ପଛୁଆ ବର୍ଗ, ଦଳିତ ସମ୍ପ୍ରଦାୟ, ଆଦିମ ଜନଜାତି ଏବଂ ଦୁର୍ଗମ, ଅପହଞ୍ଚ ଅଞ୍ଚଳରେ ରହୁଥିବା ନାଗରିକମାନେ ରହିଛନ୍ତି । ଏମାନେ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ପରିମଳ ଏବଂ ସ୍ଥାୟୀ ବିକାଶ ଭଳି କ୍ଷେତ୍ରରେ ଅକ୍ଲାନ୍ତ କାର୍ଯ୍ୟ କରି ଦିବ୍ୟାଙ୍ଗ, ମହିଳା, ଶିଶୁ, ଦଳିତ ଏବଂ ଆଦିବାସୀଙ୍କ ସେବା ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି ।