ରାଜ୍ୟରେ ୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର: ମିଳିଲା ଗ୍ରୀନ ସିଗନାଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର । ଏନେଇ ଗ୍ରୀନ ସିଗନାଲ ମିଳିଛି । କିନ୍ତୁ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗି ଥିବାରୁ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ । ଆଜି ନବୀନଙ୍କ ସହ ପଦ୍ମପୁର କ୍ରିୟାନୁଷ୍ଠାନ କମିଟିର ଆଲୋଚନା କରିଥିଲା । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ ପାଇଁ ବିଜୁ ଜନତା ଦଳ ସୁପ୍ରିମୋ ପ୍ରତିଶ୍ରୁତି ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଇସ୍ତାହାରରେ ଏହା ପ୍ରକାଶ ପାଇବ। ଆଲୋଚନା ପରେ କ୍ରିୟାନୁଷ୍ଠାନ କମିଟି ଏହା କହିଛି । ଉପନିର୍ବାଚନ ପାଇଁ ପଦ୍ମପୁର ଜିଲ୍ଲା ଗଠନ ଦାବିରେ ଏବେ ଜୋରଦାର ଆନ୍ଦୋଳନ ଚାଲିଛି ।

୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ । ବିଜେଡି ତାର ଉପନିର୍ବାଚନ ଇସ୍ତାହାରରେ ଏହା ସ୍ଥାନିତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ, ବିଜେଡି ତାର ଇସ୍ତାହାରରେ ଏହା ସ୍ଥାନିତ କରିବା ପରେ ଯାଇ ଆନ୍ଦୋଳନ ହଟିବ ବୋଲି ଶ୍ରୀ ସାହୁ କହିଛନ୍ତି ।
ବରଗଡ଼ ଜିଲ୍ଲାର ପଦ୍ମପୁର, ବିଜେପୁର, ଗାଇସିଲଟ, ପାଇକମାଳ, ଝାରବନ୍ଧ ଏବଂ ସୋହେଲାକୁ ନେଇ ପଦ୍ମପୁର ଜିଲ୍ଲା ଗଠନ ପାଇଁ ବହୁ ଦିନ ତଳୁ ଦାବି ହୋଇ ଆସୁଛି । ଏବେ ଉପନିର୍ବାଚନ ଆସିଥିବାରୁ ଜିଲ୍ଲା ଦାବି ଆନ୍ଦୋଳନ ଜୋର ଧରିଛି । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ ବୋଲି ସମାଲୋଚନା କରିଛନ୍ତି ବିରୋଧୀ ଦଳ । ଉପନିର୍ବାଚନକୁ ଆଖିରେ ରଖି ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ସେମାନେ କଟାକ୍ଷ କରିଛନ୍ତି ।

Leave A Reply

Your email address will not be published.