ସମୁଦ୍ରକୂଳ ଉପରେ କଡ଼ା ନଜର ରଖିବାକୁ ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ #OdianewsNationalState By Odia News On Apr 24, 2025 0 Share ଓଡ଼ିଆ ନ୍ୟୁଜ୍: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ହାଇ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇର ଚାରିପାଖରେ ଥିବା ସମସ୍ତ ବେଳାଭୂମି ଉପରେ କଡ଼ା ନଜର ରଖାଯାଇଛି। ସମୁଦ୍ରରେ ସତର୍କତା ବୃଦ୍ଧି କରିବା ଏବଂ ସାର୍ବଜନୀନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମହାରାଷ୍ଟ୍ର ଗୃହ ବିଭାଗ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛି। ସହରର ଉପକୂଳବର୍ତ୍ତୀ ଏରିଆଗୁଡ଼ିକ ଉପରେ ନଜର ରଖିବା ଏବଂ ସମୁଦ୍ରକୂଳରୁ ଆସୁଥିବା ଯେକୌଣସି ପ୍ରକାରର ବିପଦକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସେପଟେ ଭାରତ କାଳେ ପ୍ରତିଶୋଧରେ ଆକ୍ରମଣ କରିଦେବ। High alartindiamumbaiPahalgam attacksPahalgam terorist attackPAKISTAN 0 Share