ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି

0

ଓଡ଼ିଆ ନ୍ୟୁଜ୍: ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ଚାଲୁ ରହିବ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ବାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ, ବଳରାମଙ୍କୁ ।ମଙ୍ଗଳବାର ଧନୁସଂକ୍ରାନ୍ତି ଠାରୁ ବଡ଼ଦେଉଳରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି ଆରମ୍ଭ ହେଉଛି ।

ଆସନ୍ତା ମାସ ମକର ସଂକ୍ରାନ୍ତି ପୂର୍ବ ଦିନ ମାସାନ୍ତ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ନୀତି ଚାଲିବ । ସ୍ୱତନ୍ତ୍ର ଚୁଲିରେ ପ୍ରସ୍ତୁତ ହେବ ଠାକୁରଙ୍କ ପହିଲି ଭୋଗ । ସୋମବାର କୋଠଭୋଗ ରୋଷଘରେ ନୂଆ ଚୁଲି ପ୍ରସ୍ତୁତ ହୋଇ ରହଛି । ମହାସୁଆରମାନେ ଏହାକୁ ତିଆରିଛନ୍ତି ।ପହିଲି ଭୋଗରେ ବିରି, ଗହମ ଓ ଗୁଆଘିଅରେ ତିଆରି ପିଠାମାନ ଠାକୁରଙ୍କୁ ପୂଜା ହେବ । ମହାପ୍ରଭୁଙ୍କ ବରିଷ୍ଠ ସେବକ ତଥା ଶ୍ରୀମନ୍ଦିର ଦେଉଳକରଣ ପିଠା ଚିଠା ବଡ଼ୁସୁଆରଙ୍କୁ ଦେଇଥାନ୍ତି ।

Leave A Reply

Your email address will not be published.