ଓଡ଼ିଆ ନ୍ୟୁଜ୍: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପଖାଳ କାର୍ଯ୍ୟକ୍ରମ।ପଖାଳ ଦିବସ ପାଇଁ ହୋଟେଲ ଗୁଡ଼ିକରେ ବି ପ୍ରସ୍ତୁତି।ସିଏ ପୁଣି ଏମିତି ସେମିତି ପଖାଳ ନୁହେଁ । ଶ୍ରୀଜିଉଙ୍କ ପଖାଳରେ ପଡ଼େ ଘିଅ । ସେଇଥି ଲାଗି ତ କୁହାଯାଏ, ପଖାଳ ଭାତରେ ଘିଅ… ତୋ ବୋପା ଖାଇଥିଲା କି ? ଅର୍ଥାତ୍ ପଖାଳ ଭାତରେ ଘିଅ କେବଳ ମହାପ୍ରଭୁ ହିଁ ଖାଆନ୍ତି । ଆମର ଆରାଧ୍ୟ ଦେବତା ଯେବେ ପଖାଳ ପ୍ରିୟ ସେବେ ଓଡ଼ିଆ ବା ଏଥିରୁ ଦୂରେଇ ରହିବେ କେମିତି ।
ଓଡ଼ିଆଙ୍କ ଆବେଗ…ସକାଳ ହେଉ କି ସଞ୍ଜ । ଗଣ୍ଡେ ପଖାଳ ପେଟରେ ପଡ଼ିଲେ ଦେହ ମୁଣ୍ଡ ପୂରା ଶାନ୍ତି । ଓଡ଼ିଆଙ୍କ ପାଖରେ ଯେତେ ମଟନ୍, ଚିକେନ୍ ଓ ମାଛ ଥାଉ । ପଖାଳ କଂସା ସାମ୍ନାରେ ଏସବୁ ଫିକା । ଆଳୁ ଚକଟାକୁ ବାଇଗଣ ଭର୍ତ୍ତା, ପୁଣି ଶାଗକୁ ଟିକେ ପାଗ । ପୂରା ଜମିବ ଖାଇବା । ପଖାଳର ସ୍ବାଦ ଆଗରେ ଆମିଷ ପାସଙ୍ଗରେ ପଡ଼ିବ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ପଖାଳକୁ ନେଇ ଏବେ ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି । ଖାସ କରି ଆଜି ପଖାଳ ଦିବସ ପାଳନ ହେଉଥିବାରୁ ବଡ଼ବଡ଼ ହୋଟେଲ ବି ଭେରାଇଟି ପଖାଳ ବିକ୍ରି । ଯିଏ ଯେମିତିକା ଚାହିଁବ ସିଏ ସେମିତିକା ଖାଇବ ।