ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ଆରମ୍ଭ

0

ଓଡ଼ିଆ ନ୍ୟୁଜ୍: ପୁଣି ଆରମ୍ଭ ହେଲା ପାକିସ୍ତାନ ଆଫଗାନିସ୍ତାନ ଯୁଦ୍ଧ। ପାକିସ୍ତାନର ଏୟାର ଷ୍ଟ୍ରାଇକ୍ର ଜବାବ ଦେଇ ଆଫଗାନିସ୍ତାନ ପାକିସ୍ତାନ ସୀମା ପୋଷ୍ଟ ଗୁଡ଼ିକ ଉପରେ ଆକ୍ରମଣ କରିଛି। ଏନେଇ ତାଲିବାନ ସରକାର ସୂଚନା ଦେଇଛନ୍ତି।ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦଙ୍କ ଅନୁସାରେ, ବିବାଦୀୟ ଡୁରାଣ୍ଡ ରେଖାରେ “ବଡ଼ ଧରଣର ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ ହୋଇଛି। ଏହା ପାକିସ୍ତାନ ସେନାର ଉତ୍ତେଜନାମୂଳକ ପଦକ୍ଷେପ ଯୋଗୁ ଏହି ଆକ୍ରମଣ କରାଯାଇଛି ବୋଲି ଜବିହୁଲ୍ଲା କହିଛନ୍ତି।

ଜାବିହୁଲ୍ଲାହ ମୁଜାହିଦ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି “ପାକିସ୍ତାନୀ ସାମରିକ ଗୋଷ୍ଠୀ ଦ୍ୱାରା ବାରମ୍ବାର ଉତ୍ତେଜନା ଏବଂ ଉଲ୍ଲଂଘନର ଜବାବରେ, ଡୁରାଣ୍ଡ ରେଖାରେ ପାକିସ୍ତାନୀ ସାମରିକ ସ୍ଥାନ ଏବଂ ପ୍ରତିଷ୍ଠାନ ବିରୁଦ୍ଧରେ ବଡ଼ ଧରଣର ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରାଯାଇଛି।”ଆଫଗାନିସ୍ତାନର ଏହି ଆକ୍ରମଣ ପରେ ପାକିସ୍ତାନ ବି ଚୁପ୍ ବସିବ ନାହିଁ। ପୁଣିଥରେ ଦୁଇ ପଡ଼ୋଶୀ ମଧ୍ୟରେ ଏକ ସାଂଘାତିକ ଆକ୍ରମଣ ହୋଇପାରେ।

Leave A Reply

Your email address will not be published.