ଓଡ଼ିଆ ନ୍ୟୁଜ୍: ଯୁଦ୍ଧ ଘୋଷଣା କଲା ପାକିସ୍ତାନ। ପାକିସ୍ତାନ ଏବଂ ଆଫଗାନିସ୍ତାନ ଯୁଦ୍ଧ ଏବେ ଚିନ୍ତା ବଢ଼ାଇଛି । ତାଲିବାନ ଶାସିତ ଆଫଗାନିସ୍ତାନ ରକ୍ତମୁଖା ହୋଇଉଠିଛି । ପାକିସ୍ତାନ ପଟୁ ଯେକୌଣସି ଆକ୍ରମଣର ପ୍ରତିଜବାବ ଦେଉଛି ତାଲିବାନ । ଏବେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ଟାର୍ଗେଟ କରିଛି ତାଲିବାନ । ଇସଲାମାବଦ ନିକଟରେ ଥିବା ପାକିସ୍ତାନର ସେନା ବେସକୁ ଟାର୍ଗେଟ କରି ଏୟାରଷ୍ଟ୍ରଇକ୍ କରାଯାଇଛି ବୋଲି ଶୁକ୍ରବାର ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି । ପାକିସ୍ତାନର ଆଭ୍ୟନ୍ତରୀଣ ଅଞ୍ଚଳରେ ତାଲିବାନର ମିସାଇଲ୍ ମାଡ଼ ପରେ, ଯୁଦ୍ଧର ତୀବ୍ରତା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ‘ଆଜି ପ୍ରାୟ ସକାଳ ୧୧:୦୦ ଟାରେ, ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ବାୟୁସେନା ଇସଲାମାବାଦର ଫୈଜାବାଦ ନିକଟରେ ଏକ ସାମରିକ ଶିବିର ନୌଶେରାରେ ସମନ୍ୱିତ ବିମାନ ଆକ୍ରମଣ କରିଥିଲା ।’କାବୁଲ, କାନ୍ଦାହାର ଏବଂ ପାକଟିଆର କିଛି ଅଂଶରେ ପାକିସ୍ତାନ ପକ୍ଷରୁ ବିମାନ ଆକ୍ରମଣ କରାଯିବା ପରେ ଏହି ଆକ୍ରମଣ କରାଯାଇଛି