କାବୁଲରେ ଏୟାରଷ୍ଟ୍ରାଇକ୍ ୪୦୦ମୃତ

0

ଓଡ଼ିଆ ନ୍ୟୁଜ୍: ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍।ଏୟାରଷ୍ଟ୍ରାଇକ୍‌ରେ ୪୦୦ ମୃତ; ୨୦୦ରୁ ଊର୍ଦ୍ଧ୍ୱ ଆହତ। ହସ୍ପିଟାଲ୍‌ ଉପରକୁ ପାକିସ୍ତାନ ଆଟାକ୍ କରିଥିବା ଆଫଗାନ ସରକାରଙ୍କ ଦାବି। ମୃତାହତଙ୍କ ସଂଖ୍ୟା ଆହୁରୀ ବଢିପାରେ କହିଲା ତାଲିବାନ ସରକାର। ତାଲିବାନ ସରକାରଙ୍କ ଅଭିଯୋଗକୁ ଖଣ୍ଡନ କଲା ପାକିସ୍ତାନ।ଆତଙ୍କୀ ଆଡ୍ଡାକୁ ନଷ୍ଟ କରାଯାଇଥିବା ପାକିସ୍ତାନର ସୂଚନା।

ରିପୋର୍ଟ ଅନୁସାରେ, ସୋମବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ପାକ୍ ସେନା କାବୁଲରେ ଥିବା ଏକ ହସ୍ପିଟାଲରେ ବୋମାବର୍ଷା କରିଛି । ଏଥିରେ ୪୦୦ଜଣ ପ୍ରାଣ ହରାଇଥିବା ବେଳେ ୨୫୦ରୁ ଅଧିକ ଆହତ ଅଛନ୍ତି । ତେବେ ପାକିସ୍ତାନ ପକ୍ଷରୁ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଆଫଗାନିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା ଶରାଫତ୍ ଜମାନ କହିଛନ୍ତି ଯେ, କାବୁଲର ଏକ ନିଶା ମୁକ୍ତି କେନ୍ଦ୍ର ରହିଛି । ଏଠାରେ ଏୟାରଷ୍ଟ୍ରାଇକ୍ କରାଯାଇଛି । ଅନେକ ନୀରିହ ଏଥିରେ ପ୍ରାଣ ହରାଇଛନ୍ତି ।

ଅନ୍ୟ ଦିଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମୁଖପାତ୍ର ମୋର୍ଶରଫ୍ ଜୈଦି କହିଛନ୍ତି ଯେ, ଏହା ପଛରେ ପାକିସ୍ତାନର ହାତ ନାହିଁ । ପାକିସ୍ତାନ କେବଳ ଆଫଗାନିସ୍ତାନର ସାମରିକ ବେସକୁ ଟାର୍ଗେଟ୍ କରିଛି । ସାଧାରଣ ଲୋକେ ରହୁଥିବା ସ୍ଥାନ ଉପରେ ଆକ୍ରମଣ ହୋଇନଥିବା ପାକିସ୍ତାନ ସଫେଇ ଦେଇଛି ।

Leave A Reply

Your email address will not be published.