ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ସମର୍ଥିତ TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା।ଦି ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଆତଙ୍କୀ ସଂଗଠନ କହିଲା ଆମେରିକା।TRF ଏକ ବିଦେଶୀ ଆତଙ୍କବାଦୀ ସଂଗଠନ: ଆମେରିକା।ପହଲଗାମ୍ ଆକ୍ରମଣ ପାଇଁ TRFକୁ ଦାୟୀ କଲା US। ଲସ୍କର-ଏ-ତୈବାର ଶାଖା ସଂଗଠନ ହେଉଛି TRF। ପହଲଗାମ ଆକ୍ରମଣ କରିଥିବା ସଂଗଠନ ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆରଏଫ)କୁ ଆମେରିକା ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି । ଏହା ଲସ୍କର-ଇ-ତୋଇବାର ଏକ ଛଦ୍ମ ସଂଗଠନ ବୋଲି ଆମେରିକା ସ୍ବୀକାର କରିଛି । ଏହା ପାକିସ୍ତାନ ପାଇଁ ଏକ ଧକ୍କା ହେଲେ ବି ପାକିସ୍ତାନ ତାହାର ଗଳାବାଟ ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏହାର ନାଁ ବଦଳାଇବାକୁ ଯୋଜନା କରୁଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ସୂଚନା ପାଇଛନ୍ତି ।
୨୦୧୯ରେ ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ହଟାଇବା ପରେ ପାକିସ୍ତାନ ପକ୍ଷରୁ ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆରଏଫ) ସ୍ଥାପନ କରିଥିଲା । ଏହା ଏଲଇଟିର ଏକ ସଂଗଠନ ହୋଇଥିଲେ ବି ଏହାକୁ କଶ୍ମୀରବାସୀଙ୍କ ଆନ୍ଦୋଳନର ଏକ ରୂପ ବୋଲି ପାକିସ୍ତାନ ଦର୍ଶାଇଆସୁଥିଲା ।