ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାକିସ୍ତାନକୁ ଭାରତ ଚଳିତ ବର୍ଷ ଆରମ୍ଭରୁ ଏକ ନୋଟିସ୍ ଜାରି କରିଥିଲା। ଏହି ନୋଟିସ୍ ମାଧ୍ୟମରେ ସିନ୍ଧୁ ଜଳ ସନ୍ଧି(ଆଇଡବ୍ଲୁଟି)ରେ ସଂଶୋଧନ କରିବା କଥା କହିଥିଲା। ୬୨ ବର୍ଷ ଇତିହାସରେ ଏହା ପ୍ରଥମ ଥର ଥିଲା, ଯେତେବେଳେ ଭାରତ ସିନ୍ଧୁ ଜଳ ଚୁକ୍ତିରେ ସଂଶୋଧନ ନୋଇ ଦାବି କରିଥିଲା। ନୋଟିସ୍ ଜାରି ହେବାର ପ୍ରାୟ ୪ ମାସ ପରେ ପାକିସ୍ତାନ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିଛି।ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମୁମତାଜ ଜହରା ବଲୋଚ ସାପ୍ତାହିକ ବ୍ରିଫିଙ୍ଗ ବେଳେ କହିଛନ୍ତି, ପାକିସ୍ତାନ ସିନ୍ଧୁ ଜଳ ସନ୍ଧି ଉପରେ ଭାରତୀୟ ନୋଟିସ୍ର ଜବାବ ଦେଇଥିଲା।
ମୁମତାଜ ଜହରା କହିଛନ୍ତି, ପାକିସ୍ତାନର ଭଲ ପ୍ରକୃତି ଏହି ସନ୍ଧିକୁ ଲାଗୁ କରିବା ଓ ନିଜ ଜଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିଶୃତିବଦ୍ଧ ରହିଛି। ତେବେ ଯେତେବେଳେ ତାଙ୍କୁ ଏହା ପଚରାଗଲା ଯେ, ପାକିସ୍ତାନ ଭାରତର ନୋଟିସ ଉପରେ କ’ଣ ଜବାବ ଦେଇଛି ? ଏହାକୁ ନେଇ ସେ କହିଛନ୍ତି, ଆମେ ଭାରତକୁ ଜବାବ୍ ଦେଇଛୁ। ଏହାଛଡା ମୁଁ କିଛି କହି ପାରିବିନି ନାହିଁ।’ ଭାରତ ସରକାର ଏହି ନୋଟିସ୍ ଜାନୁଆରୀ ୨୦୨୩ରେ ପାକିସ୍ତାନକୁ ଦେଇଥିଲେ। ଭାରତ ଏହି ନୋଟିସ୍ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ଏକତରଫା କାର୍ଯ୍ୟାନୁଷ୍ଠାନ ଓ ସିନ୍ଧୁ ଜଳ ସନ୍ଧି ଧାରା IX ର ଉଲଂଘନ। ନୋଟିସ୍ ରିସିଭ କରିବାର ତିନି ମାସ ପରେ ପାକିସ୍ତାନ ଏନେଇ ଆପତ୍ତି ପ୍ରକାଶ କରିପାରିଥାନ୍ତା।୯ ବର୍ଷର ଲମ୍ବା ଆଲୋଚନା ପରେ ଭାରତ ଓ ପାକିସ୍ତାନ ଭିତରେ ଏହି ଚୁକ୍ତି ୧୯୬୦ରେ ହୋଇଥିଲା। ଏହି ଚୁକ୍ତି ଅନୁସାରେ, ଭାରତ ଓ ପାକିସ୍ତାନ ଭିତରେ ନଦୀଙ୍କୁ ବିଭାଜିତ କରାଯାଇଥିଲା।
ବିଶ୍ବ ବ୍ୟାଙ୍କ ମଧ୍ୟ ଏହି ସନ୍ଧିର ଏକ ସାକ୍ଷରକର୍ତ୍ତା ମଧ୍ୟ ରହିଥିଲା। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ବଲୁଚ କହିଛନ୍ତି, ପାକିସ୍ତାନ ଯୋଗାଯୋଗର ବିଭିନ୍ନ ମାଧ୍ୟମ ବ୍ୟବହାର କରି ଭାରତର ଏହି ନୋଟିସ୍ର ଜବାବ୍ ୯ ବର୍ଷର ଲମ୍ବା ଆଲୋଚନା ପରେ ଭାରତ ଓ ପାକିସ୍ତାନ ଭିତରେ ଏହି ଚୁକ୍ତି ୧୯୬୦ରେ ହୋଇଥିଲା। ଏହି ଚୁକ୍ତି ଅନୁସାରେ, ଭାରତ ଓ ପାକିସ୍ତାନ ଭିତରେ ନଦୀଙ୍କୁ ବିଭାଜିତ କରାଯାଇଥିଲା। ବିଶ୍ବ ବ୍ୟାଙ୍କ ମଧ୍ୟ ଏହି ସନ୍ଧିର ଏକ ସାକ୍ଷରକର୍ତ୍ତା ମଧ୍ୟ ରହିଥିଲା। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ବଲୁଚ କହିଛନ୍ତି, ପାକିସ୍ତାନ ଯୋଗାଯୋଗର ବିଭିନ୍ନ ମାଧ୍ୟମ ବ୍ୟବହାର କରି ଭାରତର ଏହି ନୋଟିସ୍ର ଜବାବ୍ ଦେଇଛି।