ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ସେନା ଯବାନ ଭାରତରେ ଅଟକ। ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରେ ସୀମା ସୁରକ୍ଷା ବଳ (BSF) ପକ୍ଷରୁ ଜଣେ ପାକିସ୍ତାନ ରେଞ୍ଜରଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଏହି ଯାବନ ଜଣଙ୍କ ହେଉଛନ୍ତି ପାକିସ୍ତାନ ଅର୍ଦ୍ଧସାମରିକ ବାହିନୀର ଜଣେ ସଦସ୍ୟ।
ବିଶେଷ ସୂତ୍ରରୁ ଖବର ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପାକିସ୍ତାନୀ ରେଞ୍ଜରଙ୍କୁ ବିଏସଏଫର ରାଜସ୍ଥାନ ଫ୍ରଣ୍ଟିୟର୍ କଷ୍ଟୁଡିକୁ ନେଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଅଟକ ରଖାଯାଇଥିବା ପାକିସ୍ତାନ ରେଞ୍ଜରଙ୍କ ପରିଚୟ କିମ୍ବା ତାଙ୍କୁ କିଭଳି ଗିରଫ କରାଗଲା ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।