ପାକିସ୍ତାନରେ ସେୟାର ବଜାର କ୍ରାସ୍, PSX ୱେବସାଇଟ୍ ବନ୍ଦ

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଲଗାତାର ଦୁଇଟି ବ୍ୟବସାୟିକ ଅଧିବେଶନରେ ୨୫୦୦ରୁ ଅଧିକ ପଏଣ୍ଟ ହ୍ରାସ ହୋଇଛି। ଜମ୍ମୁ-କାଶ୍ମୀର ପହଲଗାମ ଗୁଳିକାଣ୍ଡ ଘଟଣା ପରେ ପାକିସ୍ତାନ ସେୟାର ମାର୍କେଟର ଅବସ୍ଥା ଏବେ ବିପର୍ଯ୍ୟସ୍ତ। ଶୁକ୍ରବାର କାରବାର ଆରମ୍ଭ ହେବା ପରେ କରାଚୀ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ଇଣ୍ଡେକ୍ସ କେଏସଇ-୧୦୦ରେ ୨.୧୨ ପର୍ସେଣ୍ଟର ତୀବ୍ର ହ୍ରାସ ହୋଇଥିଲା।

ଶୁକ୍ରବାର କାରବାର କାଳରେ ପିଏସଏକ୍ସ ୱେବସାଇଟ୍ କିଛି ସମୟ ଲାଗି ଅଫଲାଇନ ହୋଇଯାଇଥିଲା। ୱେବସାଇଟରେ ‘ଉଇ ୱିଲ ବି ବ୍ୟାକ୍ ଶୁନ’ ଲେଖା ଦେଖିବାକୁ ମିଳିଥିଲା। ଯଦିଓ ୱେବସାଇଟର ରୁଟିନ ମେଣ୍ଟେନାନ୍ସର କଥା କୁହାଯାଉଥିଲା ସମୟ ସମୟରେ ବଜାରରେ ହ୍ରାସର ଗୁଜବ ନିବେଶକଙ୍କ ମନରେ ଭୟ ସଞ୍ଚାର କରିଥିଲା। ଫଳରେ ଇଣ୍ଡେକ୍ସ ୧୧୪,୭୪୦.୨୯ ପଏଣ୍ଟକୁ ଖସିଥିଲା। ସେପଟେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପାକିସ୍ତାନର ବିକାଶ ହାର ଅନୁମାନକୁ ହ୍ରାସ କରି ୨.୬% କରିଦେଇଛନ୍ତି।

କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଘାତକ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେୟାର ବଜାର ଉଠପଡ ହେଉଛି। ଭାରତ ସିନ୍ଧୁ ଜଳ ସନ୍ଧିକୁ ତତ୍କାଳ ପ୍ରଭାବରେ ବାତିଲ କରିଦେଇଥିବା ବେଳେ ଅଟାରୀ-ବାଘା ବର୍ଡରକୁ ବନ୍ଦ କରିଦେଇଛି। ଏହା ସହିତ ପାକିସ୍ତାନୀ ନାଗରିକଙ୍କ ନିମନ୍ତେ ସାର୍କ ଭିସା ରିହାତି ଯୋଜନା ରଦ୍ଦ କରାଯିବା ସହ ୪୮ ଘଣ୍ଟାରେ ଦେଶରୁ ସବୁ ପାକିସ୍ତାନୀଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛି। ଫଳରେ ପାକିସ୍ତାନ ଓ ଭାରତ ସୀମାରେ ଉତ୍ତେଜନା ଆହୁରି ବଢି ଯାଇଛି।

 

 

Leave A Reply

Your email address will not be published.