ଭାରତର ଏୟାର ଷ୍ଟ୍ରାଇକ ପରେ ସଂସଦରେ କାନ୍ଦିଲେ ପାକିସ୍ତାନୀ ସାଂସଦ

0

ଓଡ଼ିଆ ନ୍ୟୁଜ୍: ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଣି ଆଜି ସକାଳେ ଭାରତ ପାକିସ୍ତାନର ଅନେକ ସହର ଉପରେ ଡ୍ରୋନ ଆକ୍ରମଣ କରିଛି। ଫଳରେ ସମଗ୍ର ପାକିସ୍ତାନରେ ଆତଙ୍କ ଖେଳି ଯାଇଛି। ଏହାର ଦୃଶ୍ୟ ପାକିସ୍ତାନ ସଂସଦରେ ବି ଦେଖିବାକୁ ମିଳିଛି। ଗୁରୁବାର ସଂସଦରେ ବିତର୍କ ସମୟରେ ପାକିସ୍ତାନୀ ସାଂସଦ ତାହିର ଇକବାଲ ଭୋ ଭୋ ହୋଇ କାନ୍ଦିବାରେ ଲାଗିଥିଲେ।

ଇକବାଲ କହିଛନ୍ତି, ‘ୟା ଖୁଦା ଆଜ ବଚାଲୋ’। ପ୍ରାର୍ଥନା କରୁଛୁ ଆଲ୍ଲାହ ଆମ ଦେଶର ସୁରକ୍ଷା କରନ୍ତୁ ଏବଂ ଆମକୁ ଏକାଠି ରଖନ୍ତୁ। ଉଲ୍ଲେଖନୀୟ ପହଲଗାମ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେଇଛି।

Leave A Reply

Your email address will not be published.