ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଞ୍ଚାୟତ ଓ ପୌର ପରିଷଦ ସ୍ତରୀୟ ସଚେତନତା ଶିବିର | ପଞ୍ଚାୟତ ସମିତି ଓ ପୌର ପରିଷଦ ପକ୍ଷରୁ ଆୟୋଜିତ ସଚେତନତା ଶିବିର କାର୍ଯ୍ୟ କର୍ମ ରେ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ସମସ୍ତ ପଞ୍ଚାୟତ ଓ ପୌର ପରିଷଦ ରେ ଯୋଗ ଦେଉଛନ୍ତି।
ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଓ ସମାଜସେବୀ ଦିନ ବନ୍ଧୁ ଦାସ ମଧ୍ୟ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ନବୀନ ପଟ୍ଟନାୟକ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟ ରେ ଲୋକ ମାନଙ୍କୁ କହୁଛନ୍ତି। ସମସ୍ତ ସ୍ଥାନ ରେ ଭିତି ଭୂମିର ବିକାଶ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ମୁଖ୍ୟ ମନ୍ତ୍ରୀ ଙ୍କ ଯୋଜନା ବିଷୟ ରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଆଲୋଚନା ରଖୁଛନ୍ତି। । ଏହି କ୍ରମ ରେ ରବିବାର ବିନାୟକପୁର, ବ୍ରାହ୍ମଣ ଗାଁ, ଅରନ୍ଦୁଆ ପଞ୍ଚାୟତ ରେ ଓ ପୌର ପରିଷଦ ବଂଶୀ ପାଟନା କଳ୍ପତରୁ ଆଶ୍ରମ ଠାରେ ଆୟୋଜିତ ହୋଇଥିଲା ସଚେତନତା ସୃଷ୍ଟି କାର୍ଯ୍ୟ କର୍ମ।
ଆୟୋଜିତ କାର୍ଯ୍ୟ କର୍ମ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଓ ସମାଜସେବୀ ଦିନ ବନ୍ଧୁ ଦାସ ପଞ୍ଚାୟତ ରେ ଯୋଗ ଦେଇ ଥିବା ବେଳେ ବିନାୟକପୁର ଠାରେ ଜିଲ୍ଲା ପରିଷଦ ଜୟନ୍ତୀ ବାରିକ୍ ଓ ପୌର ପରିଷଦ ରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଓ ଉପାଧ୍ୟକ୍ଷ ଉତ୍ତମ ବାରିକ୍ ଯୋଗ ଦେଇଥିଲେ। ଉଭୟ ସ୍ଥାନ ରେ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା ଓ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ବାସୁଦେବପୁର ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଆୟୋଜିତ ବିଭିନ୍ନ ପଞ୍ଚାୟତ ରେ ଏହି କାର୍ଯ୍ୟ କର୍ମ ରେ ଶହ ଶହ ଲୋକ ଙ୍କ ସହ ଏସ ଏସ ଜି ସଦସ୍ୟ, ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ,ମାନେ , ଜିଲ୍ଲା ପରିଷଦ ଉପସ୍ଥିତ ରହି ସଫଳ କରାଇ ଛନ୍ତି।