ମୌସୁମୀ ପାଇଁ ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ

0

ଓଡ଼ିଆ ନ୍ୟୁଜ୍: ମୌସୁମୀ ପାଇଁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନ ନିଷ୍ପତ୍ତି ନେଇଛନ୍ତି । ୧ହଜାର ୧୩୧ଟି ଖାଲି ପଦ ପୂରଣ ପାଇଁ ବାହାରି ଥିବା ବିଜ୍ଞପ୍ତି ରଦ୍ଦ ହୋଇଛି । ଜିଲ୍ଲା ଅଧିକାରୀ ଏବଂ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ପାଇଁ ଉପ-ନିର୍ବାଚନକୁ ଘୁଞ୍ଚାଇବାକୁ କହିଥିଲେ । ଏଥର ମୌସୁମୀ ସଅଳ ଆସିବାର ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ। ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ପରେ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି ।

ପାଣିପାଗ ଯୋଗୁଁ ଉପନିର୍ବାଚନ ବାତିଲ ହେବା କଥାକୁ ନିନ୍ଦା କରିଛି ଦଳ । ବିଜେପି ଚାପି ପକାଇ ନିର୍ବାଚନ ସ୍ଥଗିତ କରୁଛି କି ବୋଲି ପ୍ରଶ୍ନ କରିଛି ଦଳ । ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେଇଛନ୍ତି । ପୂର୍ବରୁ ବିଜେପି ଚଞ୍ଚକତା କରି ଜିତିଥିଲେ । ଏବେ ହାରିବା ଭୟରେ ନିର୍ବାଚନକୁ ସ୍ଥଗିତ କରାଯାଇଥିବା ଅଭିଯୋଗ କରିଛି ବିଜେଡି ।

Leave A Reply

Your email address will not be published.